Latest Odisha News

BREAKING NEWS

୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ

ପୁରୀ: ପୁରୀରୁ ଜବତ ହେଲା ୧୩୦ ଗ୍ରାମ୍ ବ୍ରାଉନ ସୁଗାର । । ଅବକାରୀ ଟିମ୍ ଚଢାଉ କରି ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପିପିଲି ସୁଲତାନ ନଗରର ଚିଣ୍ଟୁ ମେଣ୍ଟା।

ସୂଚନାଥାଉକି,ସତ୍ୟବାଦୀ ଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଛକଠାରେ ବୁଧବାର ସକାଳୁ ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ବିକ୍ରି କରୁଥିବା ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରି ସେଠାରୁ ଅଭିଯୁକ୍ତକୁ ଗିରଫ କରି ଗିରଫ କରି କୋର୍ଟ ଚାଲାଣ କରିଛି ।

ମଙ୍ଗଳବାର ମଧ୍ୟ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଅବକାରୀ ବିଭାଗ। ଆଗାମୀ ଦିନରେ ଏଭଳି ଚଢ଼ାଉ ଅଭିଯାନ ଜାରି ରହିବ ।

Leave A Reply

Your email address will not be published.