ଭବାନୀପାଟଣା: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।
ପୂର୍ବରୁ ଗତ ଜାନୁଆରୀ ୧୭ ତାରିଖରେ ଅନାମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଅନାମଙ୍କ ବାସଭବନ ସମେତ ଲଜ ଓ ବିଦେଶୀ ମଦ ଦୋକାନ ସହ ୬ଟି ସ୍ଥାନରେ ଏକକାଳିନ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ୩ କୋଟି ୪୨ ଲକ୍ଷରୁ ଅଧିକ ସମ୍ପତି ଠାବ ହୋଇଥିଲା । ଏହାକୁ ନେଇ ଯାଂଚ କରାଯିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ୨୦୧୪ରେ ବିଜେଡି ଟିକେଟରେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ ଅନାମ ନାଏକ । ଏହାପୂର୍ବରୁ ଜିଲ୍ଲାପାଳ ଅଫିସରେ ସେ କିରାଣୀ ଥିଲେ ।
ପଚଂମ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଦୁର୍ନୀତିମୁକ୍ତ ଶାସନ ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁଥିପାଇଁ ଗତ ୬ ମାସ ମଧ୍ୟରେ ୧୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିସହ ଦୁର୍ନୀତିରେ ଲିପ୍ତ ଥିବା ୫୯ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ୧୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଭତା ବନ୍ଦ କରାଯାଇଛି ।
Comments are closed.