Latest Odisha News

BREAKING NEWS

ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି

ମୁମ୍ବାଇ: ମୋହନଲାଲଙ୍କ ଲୋକପ୍ରିୟ ଫିଲ୍ମ ଦୃଶ୍ୟମ ସିରିଜର ତୃତୀୟ ପାର୍ଟ ଚଳିତ ବର୍ଷ ଏପ୍ରିଲରେ ରିଲିଜ ହେବ । ଦୃଶ୍ୟମ ଫ୍ରାଂଚାଇଜର ଏହା ଶେଷ ଫିଲ୍ମ ହେବ । ନିର୍ଦ୍ଦେଶକ ଜୀତୁ ଜୋସେଫ ଏହା ସ୍ପଷ୍ଟ କରିଛନ୍ତି । ଜୀତୁ ଓ ମୋହନଲାଲଙ୍କ ଏହି ଫିଲ୍ମର ୨ଟି ଯାକ ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ମୁଁ କେବେ ବି ଏହି ଭଳି ଫିଲ୍ମ ନିର୍ମାଣ କରିବି ବୋଲି ଚିନ୍ତା କରି ନ ଥିଲି । ଏହାର ସଫଳତା ନିଶ୍ଚିତ ଭାବେ ଆନନ୍ଦର ବିଷୟ । ଏବେ ଦର୍ଶକ ଏହି ସିରିଜକୁ ଶେଷ କରିବା ପାଇଁ ଅନୁରୋଧ କରୁଛନ୍ତି ।

ଏଥିରେ ମୁଁ ମଧ୍ୟ ସହମତ ହୋଇଛି । ଅଧିକ ଆଶାରେ ଦୃଶ୍ୟମର ପରବର୍ତୀ ସଂସ୍କରଣ ଦେଖିବାକୁ ନ ଯିବା ପାଇଁ ସେ କହିଛନ୍ତି । କୌଣସି ଚାପର ବଶୀଭୂତ ନ ହେଲେ ଫିଲ୍ମର ମଜା ଉଠାଇ ପାରିବ । ମାଲାୟଲମ ଓ ହିନ୍ଦୀ ଭାଷାରେ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ମାଲାୟଲମରେ ରିଲିଜ ହେବାର ୬ ମାସ ପରେ ଅଜୟ ଦେବଗାନ ଅଭିନୀତ ହିନ୍ଦୀ ଭର୍ସନ ପରଦାକୁ ଆସିବ ।

Leave A Reply

Your email address will not be published.