Latest Odisha News

BREAKING NEWS

ଅପରାଜେୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ କଲା ଟିମ ଇଣ୍ଡିଆ

ଅହମ୍ମଦାବାଦ: ଚଳିତ ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ଭାବେ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ଟିମ ଇଣ୍ଡିଆ ସମସ୍ତ ୪ଟି ମ୍ୟାଚ ଜିତି ସୁପର ଏଇଟରେ ପ୍ରବେଶ କରିଛି । ବୁଧବାର ଭାରତ ୧୭ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ କରିଥିଲା । ଶିବମ ଦୁବେ(୬୬) ବିଶ୍ୱକପରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୩୦ ରନ ସଂଗ୍ରହ କରିଥିଲେ । ଜବାବରେ ନେଦରଲାଣ୍ଡ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା ।

ନେଦରଲାଣ୍ଡ ଟିମର ଅଧିକାଂଶ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିଥିଲେ । ଶକ୍ତିଶାଳୀ ବୋଲିଂ ଲାଇନଅପ ଯୋଗୁ ସେମାନେ ଜିତିପାରି ନ ଥିଲେ । ବରୁଣ ଚକ୍ରବର୍ତି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶିବମ ଦୁବେ ୨ଟି ଏବଂ ଯଶପ୍ରୀତ ବୁମରାହ ଓ ହାର୍ଦ୍ଦିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଦୁବେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଅଭିଷେକ ଶର୍ମା ଶୂନରେ ଆଉଟ ହେବା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ସୁପର ଏଇଟରେ ସେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.