Latest Odisha News

BREAKING NEWS

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା,୨୪ ଘଣ୍ଟାରେ ଧରାହେଲେ ଅଭିଯୁକ୍ତ;ରୂପା,ସୁନା ସହ…

ନୂଆପଡ଼ା: ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ନେଇ ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ନଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଜବତ କରିଛି ପୋଲିସ । ଏହାସହିତ ୧୦ ଲକ୍ଷ ଟଙ୍କାର ରୂପା ବିସ୍କୁଟ, ୫୦ ଗ୍ରାମ ସୁନା ଗହଣା ଜବତ ହୋଇଛି ।

ଏନେଇ ଖଡ଼ିଆଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖଡ଼ିଆଳ SDPO।

ଚାରି ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର ଠେଲା, ଚୂଡ଼ାମଣି କାଣ୍ଡ, ଗଣେଷ ଠେଲା ଓ ହେମନ୍ତ କଟା। ଚୋରିର ଘଟଣାର ମୁଖ୍ୟ ଅଭିଯୁକ୍ତ ଭୋଲେଶ୍ୱର ଠେଲା (୧୯) ଖଡ଼ିଆଳ ଥାନା ଅନ୍ତର୍ଗତ ଅଞ୍ଚଳପୁର ଗ୍ରାମର । ସେ ପୂର୍ବରୁ ଅଗ୍ରୱାଲଙ୍କ ଘରେ କାମ କରୁଥିଲେ। ଦୁଇ ବର୍ଷ ହେଲା କାମ ଛାଡ଼ି ଦେଇଥିଲେ।

ଗତ ପନ୍ଦର ତାରିଖ ସନ୍ଧ୍ୟା ସମୟରେ ଖଡ଼ିଆଳ ଏଗାର ନମ୍ବର ୱାର୍ଡ ର ପ୍ରବୀଣ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ସପରିବାର ସହ ଶିବରାତ୍ରୀ ପାଇଁ ଶିବ ମନ୍ଦିରକୁ ପୂଜା କରି ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରିଥିଲେ। ଅଭିଯୋଗ କାରୀ ଘରକୁ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣି ପାରି ଖଡ଼ିଆଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଖଡ଼ିଆଳ ପୋଲିସ ଏକ ମାମଲା ରୁଜୁ କରି ନୂଆପଡା ଏସପି ଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଏସଡ଼ିପିଓ ଖଡିଆଳ ସିନାପାଲି ଓ ବୋଡେ଼ନ ଆଇଆଇସି ଙ୍କୁ ନେଇ ତିନି ଗୋଟି ଟିମ ଗଠନ କରି ଘଟଣା ର ଅନୁସନ୍ଧାନ ଆରମ୍ଭ କରି ମାତ୍ର ଚବିଶ ଘଣ୍ଟା ଭିତରେ ଦୁର୍ବୁର୍ତ୍ତ ମାନଙ୍କୁ କାବୁ କରିବା ସହ ଚୋରି ହୋଇଥିବା ସବୁ ସମ୍ପତି କୁ ଜବତ କରିଥିବା ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଚୋର ମାନଙ୍କ ଠାରୁ ୩୭ ଲକ୍ଷ କୋଡିଏ ହଜାର ଶହେ କୋଡିଏ ନଗଦ ଟଙ୍କା ସହ ପାଖାପାଖି ଦଶ ଲକ୍ଷ ଟଙ୍କା ର ରୁପା ଓ ସାତ ଲକ୍ଷ ଟଙ୍କା ର ସୁନା ସହ ଚାରୋଟି ମୋବାଇଲ ଫୋନ ଦୁଇ ଗୋଟି ମୋଟର ସାଇକେଲ କୁ ଜବତ କରି ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.