Latest Odisha News

BREAKING NEWS

ଟି୨୦ ବିଶ୍ୱକପ ୨୦୨୮: ୧୨ ଟିମ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ସୁପର ଏଇଟ ପାଇଁ ଟିମ ଚୂଡାନ୍ତ ହୋଇଛି । ଏହି ଟିମଗୁଡିକ ହେଲା ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ । ଫେବୃୟାରୀ ୨୧ରୁ ସୁପର ଏଇଟ ପର୍ଯ୍ୟାୟ ଆରମ୍ଭ ହେବ । ସୁପର ଏଇଟରେ ପ୍ରବେଶ କରିଥିବା ଟିମ ସମେତ ୧୨ ଦଳ ୨୦୨୮ ସଂସ୍କରଣ ନିମନ୍ତେ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ବାକି ୮ଟି ଟିମ ରିଜିଓନାଲ କ୍ୱାଲିଫିକେଶନ ରାଉଣ୍ଡ ମାଧ୍ୟମରେ ଚୂଡାନ୍ତ ହେବେ । ୨୦୨୮ ବିଶ୍ୱକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ମିଳିତ ଭାବେ ଆୟୋଜିତ ହେବ ।

ଅଷ୍ଟ୍ରେଲିଆ ସୁପର ଏଇଟରେ ପ୍ରବେଶ କରି ନ ଥିଲେ ମଧ୍ୟ ର‌୍ୟାଙ୍କିଙ୍ଗ ଓ ଆୟୋଜକ ଭାବେ ଯୋଗ୍ୟତା ହାସଲ କରିଛି । ବାଂଲାଦେଶ, ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ର‌୍ୟାଙ୍କିଙ୍ଗ ଆଧାରରେ ପ୍ରବେଶ କରିବା ମଧ୍ୟ ଏକପ୍ରକାର ନିଶ୍ଚିତ ହୋଇଛି । ମାର୍ଚ୍ଚ ୯ରେ ଆଇସିସି ଏ ନେଇ ବିଧିବଦ୍ଧ ଘୋଷଣା କରିବ । ଅଷ୍ଟ୍ରେଲିଆ ଓ ବାଂଲାଦେଶ ଏ ନେଇ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ବାଂଲାଦେଶ ଭାରତରେ ମ୍ୟାଚ ଖେଳିବ ନାହିଁ ବୋଲିଂ ମନା କରିଥିଲା । ପରେ ଆଇସିସି ବାଂଲାଦେଶକୁ ବିଶ୍ୱକପରୁ ବାଦ ଦେଇଥିଲା । ସ୍କଟଲାଣ୍ଡକୁ ବାଂଲାଦେଶ ବଦଳରେ ସାମିଲ କରାଯାଇଥିଲା ।

Leave A Reply

Your email address will not be published.