Latest Odisha News

BREAKING NEWS

ଟି୨୦ ବିଶ୍ୱକପ ୨୦୨୬: ନିରାଶ କରାଉଛି ଭାରତର ଫିଲ୍ଡିଂ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ୨୦୨୬ରେ ଭାରତର କ୍ରମାଗତ ୪ଟି ମ୍ୟାଚରେ ବିଜୟ ହାସଲ କରି ସୁପର ଏଇଟରେ ପ୍ରବେଶ କରିଛି । ତେବେ ଟିମ ଇଣ୍ଡିଆର ଫିଲ୍ଡିଂ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ସୁପର ଏଇଟରେ ଭାରତକୁ ଏହି ସମସ୍ୟା ସୁଧାରିବାକୁ ପଡିବ । ଅଂଶଗ୍ରହଣ କରିଥିବା ୨୦ ଟିମ ମଧ୍ୟରେ ଭାରତ ସର୍ବାଧିକ କ୍ୟାଚ ଖସାଇବାରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୯ଟି କ୍ୟାଚ ଡ୍ରପ କରିଛି । ଆୟର୍ଲାଣ୍ଡ ୧୦ କ୍ୟାଚ ଖସାଇ ପ୍ରଥମ ସ୍ଥାନରେ ରହିଛି । ପ୍ରତ୍ୟେକ ମ୍ୟାଚରେ ୨ରୁ୩ ଟି କ୍ୟାଚ ଖସିବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି ।

ଗତ ସଂସ୍କରଣରେ ଭଲ ଫିଲ୍ଡିଂ ଯୋଗୁ ଦକ୍ଷିଣ ଆଫ୍ରିକା ହାତରୁ ଭାରତ ମ୍ୟାଚ ଛଡାଇ ଆଣି ଚାମ୍ପିୟନ ହୋଇଥିଲା । ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଡ୍ରପ ମହଙ୍ଗା ସାବ୍ୟସ୍ତ ହୋଇପାରେ । ନେଦରଲାଣ୍ଡସ ବିପକ୍ଷରେ ଟିମ ଇଣ୍ଡିଆର ଫିଲ୍ଡିଂ ଅତ୍ୟନ୍ତ ଖରାପ ରହିଥିଲା । ପାକିସ୍ତାନ ଓ କାନାଡାର ଫିଲ୍ଡିଂ ଖରାପ ଥିଲେ ମଧ୍ୟ ଭାରତ ଏମାନଙ୍କ ତୁଳନାରେ ଅଧିକ କ୍ୟାଚ ଡ୍ରପ କରିଛି । ଭାରତ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ ଜାରୀ ରଖିଛି । ଦଳରେ ଅନେକ ଭଲ ଫିଲ୍ଡର ଥିବାରୁ ଏହି ସମସ୍ୟାକୁ ସହଜରେ ଦୂର କରାଯାଇ ପାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.