Latest Odisha News

BREAKING NEWS

ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସ୍ପିନର ରାହୁଲ ଚହର ଓ ତାଙ୍କ ପତ୍ନୀ ଈଶାନୀ ଅଲଗା ହେବାକୁ ଯାଉଛନ୍ତି । ବିବାହର ୪ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏହାର ଠିକ ପୂର୍ବରୁ ରାହୁଲ ସୋସିଆଲ ମିଡିଆରେ ଅଲଗା ହେବା ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି । ସମସ୍ତ ପ୍ରକାରର ନ୍ୟାୟିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ମୁଁ ମୋ ଜୀବନର ଏହି ଅଧ୍ୟାୟକୁ ଶେଷ କରିବାକୁ ଯାଉଛି ବୋଲି ରାହୁଲ କହିଛନ୍ତି । ଭାରତ ପକ୍ଷରୁ ୭ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୨୬ ବର୍ଷୀୟ ଏହି ଯୁବ ସ୍ପିନର ୧୦ ୱିକେଟ ଅକ୍ତିଆର କରିଛନ୍ତିି ।

ଫେବୃୟାରୀ ୨୦ରେ ସେ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି ବୋଲି ସୂଚନା ଦେଇଥିଲେ । ୨୨ ବର୍ଷରେ ବିବାହ କରିବା ମୋ ଜୀବନର ଏକ ମସ୍ତବଡ ଭୁଲ ଥିଲା । ତରବରିଆ ଭାବେ ନିଷ୍ପତି ନେବା ଉଚିତ ନ ଥିଲା ବୋଲି ସେ କହିଛନ୍ତି । ୧୫ ମାସ ହେବ କୋର୍ଟକୁ ଦୌଡି ଦୌଡି ମୁଁ ମାନସିକ ସ୍ତରରେ ଭାଙ୍ଗି ପଡିଥିଲି । ଏବେ ସବୁ କିଛି ସୁରୁଖୁରୁରେ ଶେଷ ହୋଇ ଯାଇଥିବାରୁ ବେଶ ଖୁସୀ ଅଛି । ଆଗକୁ ଜୀବନର ପରବର୍ତୀ ଇନିଂସ ପ୍ରତି ଧ୍ୟାନ ଦେବି ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.