ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବଡ ଖୁଲାସା କରିଛନ୍ତି । ୨୦୨୪ରେ ପତ୍ନୀ ନତାଶା ଷ୍ଟେନକୋଭିଚଙ୍କଠାରୁ ଅଲଗା ହେବା ପରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା । କିଛି ଦିନ ବ୍ୟବଧାନରେ ହାର୍ଦ୍ଦିକଙ୍କ ନାମ ମହୀକା ଶର୍ମାଙ୍କ ସହ ଯୋଡା ଯାଇଥିଲା । ଏବେ ଉଭୟ ସେମାନଙ୍କ ସମ୍ପର୍କ ସର୍ବସାଧାରଣ କରିଛନ୍ତି । ହାର୍ଦ୍ଦିକ କହିଛନ୍ତି ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି । ଅବଶ୍ୟ ବର୍ତମାନ ସୁଦ୍ଧା ମୁଁ ମୋ ବ୍ୟାଟିଂରେ ଶତ ପ୍ରତିଶତ ଯୋଗଦାନ ଦେଇପାରିନି କିନ୍ତୁ ମନୋବଳ ଉଚ୍ଚରେ ରହିଛି ।
ଚଳିତ ଟି୨୦ ବିଶ୍ୱକପରେ ହାର୍ଦ୍ଦିକଙ୍କ ବୋଲିଂ ଠିକଠାକ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବ୍ୟାଟିଂରେ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ମହୀକାଙ୍କ ଯୋଗୁ ମୋର କ୍ରିକେଟ ପ୍ରତି ଭଲ ପାଇବା ଆହୁରି ବଢିଯାଇଛି । ସେ ମୋ ଯୁବ ଅବସ୍ଥା ଫେରାଇ ଆଣିଛନ୍ତି । ଭାଲେଂଟାଇନରେ ହାର୍ଦ୍ଦିକ ତାଙ୍କ ବେକ ପଛରେ ଏମ ଅକ୍ଷରର ଟାଟ୍ଟୁ ଖୋଦେଇଛନ୍ତି । ଯାହା ମହୀକାଙ୍କ ନାମ । ହାର୍ଦ୍ଦିିକ କେବେ ମହୀକାଙ୍କୁ ବିବାହ କରିବେ ସେଥିପ୍ରତି ପ୍ରଶଂସକମାନେ ବ୍ୟଗ୍ର ସହକାରେ ଅପେକ୍ଷା କରିଛନ୍ତି । ଭାରତ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ଏଇଟରେ ପ୍ରବେଶ କରିଛି । ସୁପର ଏଇଟରେ ହାର୍ଦ୍ଦିକଙ୍କଠାରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ବହୁତ କିଛି ଆଶା କରୁଛି ।