Latest Odisha News

BREAKING NEWS

ସୁପର ଏଇଟ ମୁକାବିଲା ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ସିରାଜ ଆଘାତପ୍ରାପ୍ତ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ସୁପର ଏଇଟ ମୁକାବିଲା ପାଇଁ ଭାରତୀୟ ଟିମ ପ୍ରସ୍ତୁତ ହୋଇଛି । ତେବେ ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଷ୍ଟାର ପେସ ବୋଲର ମହମ୍ମଦ ସିରାଜ ଅଭ୍ୟାସ ସେଶନରେ ଆଘାତପ୍ରାପ୍ତ ହୋଇଛନ୍ତି । ହର୍ଷିତ ରାଣା ଶେଷ ମୂହର୍ତରେ ଆଘାତପ୍ରାପ୍ତ ହେବା ପରେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଥିଲା । ନେଟ୍ସରେ ସେ ବୋଲିଂ କରୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଶଟ ଖେଳିଥିଲେ । ବଲ ତାଙ୍କ ଦେହରେ ବାଜିଥିଲା ।

ସିରାଜ ଯନ୍ତ୍ରଣାରେ ଚିତ୍କାର କରିବା ସହ ପଡିଆ ଛାଡିଥିଲେ । ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହୋଇନି । ସିରାଜ ଆମେରିକା ବିପକ୍ଷରେ ୩ଟି ୱିକେଟ ନେଇଥିଲେ । ଏହା ପରେ ସେ ଆଉ ଚୂଡାନ୍ତ ଏକାଦଶରେ ସାମିଲ ହୋଇ ନାହାନ୍ତି । ଯଶପ୍ରୀତ ବୁମରାହ ଓ ଅର୍ଶଦୀପ ସିଂ ପେସ ବୋଲିଂ ଆଟାକ ସମ୍ଭାଳୁଛନ୍ତି । ଭାରତ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ସୁପର ଏଇଟକୁ ଉନ୍ନୀତ ହୋଇଥିଲା । ସୂଚନାଯୋଗ୍ୟ, ଗତ ସଂସ୍କରଣର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.