Latest Odisha News

BREAKING NEWS

ରାଜଧାନୀକୁ ବ୍ରାଉନସୁଗର ଚାଲାଣବେଳେ ମାଡି ବସିଲା ପୋଲିସ;୩୭ଲକ୍ଷ ଟଙ୍କାର…

ଭୁବନେଶ୍ବର: ଜଳେଶ୍ବରର କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ । ରାଜଧାନୀକୁ ବ୍ରାଉନସୁଗର ଚାଲାଣ ବେଳେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଅଭିଯୁକ୍ତଙ୍କ ଠାରୁ ୩୭ଲକ୍ଷ ଟଙ୍କାର ୩୭୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏଥିସହ ଦୁଇଟି ବାଇକ ଓ ୪ଟି ମୋବାଇଲ ଜବତ ହୋଇଛି।

୩ ଜଣ ଅଭିଯୁକ୍ତ ଜଳେଶ୍ବର ଅଞ୍ଚଳର । ସେମାନେ ହେଲେ ସମୀର ଖାନ,ସେଖ ଇର୍ଶାଦ ମହମ୍ମଦ ଓ ମୁନା ଖାନ୍ ।

ସୂଚନାଥାଉକି, ପୂର୍ବରୁ ଭୁବନେଶ୍ୱରରୁ ୪୦୦ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଏହି ଘଟଣାର ତଦନ୍ତ ବେଳେ ଏମାନେ ପୋଲିସ ସ୍କାନରକୁ ଆସିଥିଲେ ।

Leave A Reply

Your email address will not be published.