Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଭାରତରେ ଫସି ରହିଛନ୍ତି ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଟିମ

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଛନ୍ତି । ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବାରେ ଲାଗିଛି । ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏଥିଯୋଗୁ ଭାରତ ଓ ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି୨୦ ବିଶ୍ୱକପରୁ ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ଟିମ ବିଦାୟ ନେଇଥିଲେ ମଧ୍ୟ ଭାରତରେ ଫସି ରହିଛନ୍ତି । ଉଭୟ ବୋର୍ଡ ଏ ନେଇ ଆଇସିସି ସହିତ ଆଲୋଚନା ମଧ୍ୟ କରିଛନ୍ତି । ବ୍ୟସ୍ତ ବହୂଳ ଦୁବାଇ ବିମାନ ବନ୍ଦର ଇରାନ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ।

ସୁପର ଏଇଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଏହା ପରେ ୱେଷ୍ଟଇଣ୍ଡିଜ ଟିମ ସ୍ୱଦେଶ ଫେରିଯିବା କଥା । ମାତ୍ର ବର୍ତମାନ ତାହା ସମ୍ଭବପର ହେଉନି । ଖେଳାଳି ଓ ଅନ୍ୟ ସହଯୋଗୀ ଷ୍ଟାଫଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଖୁବ ଶୀଘ୍ର ନିଶ୍ଚିତ ଭାବେ ଏହି ସମସ୍ୟାର ସୂତ୍ର ଖୋଜିବା ପାଇଁ ଉଦ୍ୟମ କରାଯାଉଛି । ଜିମ୍ବାୱେ ବୋର୍ଡ ମଧ୍ୟ ଖେଳାଳିଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛି ।

Leave A Reply

Your email address will not be published.