ବୌଦ୍ଧ:ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଭୁଲ୍ ଚିକିତ୍ସା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୁଣା କଟକ ଅଞ୍ଚଳର ସୁବ୍ରତ ନାୟକ(୨୩)। ଭୁଲ ଇଞ୍ଜେକସନରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।
ଖବରମୁତାବକ, ସୁବ୍ରତଙ୍କ ହାତ କୁଣ୍ଡିଆ ହେଉଥିଲା। ଆଜି ସକାଳେ ସେ ପୁରୁଣା କଟକ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଦେଖାଇଥିଲେ। ପ୍ରେସକ୍ରିପସନ୍ ଅନୁସାରେ ଜଣେ ନର୍ସ ତାଙ୍କୁ ଇଞ୍ଜେକସନ ଦେଇଥିଲେ। ହେଲେ ସେଠାରୁ ବାହାରି ଆସିଲାବେଳକୁ ହଠାତ୍ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ସଙ୍ଗେସଙ୍ଗେ ସେଠାରୁ ତାଙ୍କୁ ବୌଦ୍ଧ ମେଡ଼ିକାଲକୁ ପଠା ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୁଲ ଇଞ୍ଜେକସନ ରୁ ସୁବ୍ରତଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ଯାଇ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଡିଏମଓ ପ୍ରକାଶ କରିଛନ୍ତି।
ଏପଟେ ଖୋର୍ଦ୍ଧା-ବଲାଙ୍ଗିର ଏନଏଚ୍-୫୭ ଅବରୋଧ ସହ ହସ୍ପିଟାଲ ଘେରିଛନ୍ତି ସ୍ଥାନୀୟ ଲୋକ ।