Latest Odisha News

BREAKING NEWS

Cash Snatching: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ରାୟଗଡ଼ା:ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବା ବେଳେ ୨ ଲକ୍ଷ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ କୁମାର ଦଳାଇ ନାମକ ବ୍ୟକ୍ତି ନିକଟରେ ଥିବା ଏକ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି । ୨ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ଟଙ୍କା ଝାମ୍ପି ନେଇଥିବା ସୂଚନା ରହିଛି ।

ସଂପୃକ୍ତ ଆକାଉଣ୍ଟାଣ୍ଟ୍ ସେମାନଙ୍କ ପିଛା କରିଥିଲେ କିନ୍ତୁ ଲୁଟେରାମାନେ ଚମ୍ପଟ୍ ମାରିଛନ୍ତି ।

ଏନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଜିଲ୍ଲା ସଦର ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.