ବେଙ୍ଗାଲୁର: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ । ତେବେ ଏହା ମଧ୍ୟରେ ଆରସିବିର ପେସ ବୋଲର ୟଶ ଦୟାଲ ଚୂପଚାପ ବିବାହ କରିଛନ୍ତି । ସୂଚନାଯୋଗ୍ୟ, ୟଶଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ମୋକଦ୍ଦମା ମଧ୍ୟ ରୁଜୁ ହୋଇଛି । ବିବାଦୀୟ ୟଶଙ୍କ ବିବାହ ନେଇ ଫ୍ରାଂଚାଇଜର ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।
ହିନ୍ଦୁସ୍ତାନ ଟାଇମ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦୟାଲ ବିବାହ କରିଛନ୍ତି । ଉତରପ୍ରଦେଶର ନୋଏଡାରେ ଏହି ବିବାହ ଆୟୋଜିତ ହୋଇଛି । କେବଳ ଦୁଇ ପରିବାରର ଲୋକ ଏଥିରେ ସାମିଲ ହୋଇଛି । ରିପୋର୍ଟ ମୁତାବକ କନ୍ୟାର ନାମ ଶ୍ୱେତା ପୁଣ୍ଡରୀ ଏବଂ ଉଭୟ ଭଲ ପାଉଥିଲେ । ସେ ନିକଟରେ ୟଶଙ୍କ ସହ ଏକ ରିଲ୍ସ ଶେୟାର କରିଥିଲେ । ଏହା ପରେ ଉଭୟଙ୍କ ପ୍ରେମ ସମ୍ପର୍କର ଖୁଲାସା ହୋଇଥିଲା ।