Latest Odisha News

BREAKING NEWS

ଗୌତମଙ୍କୁ ପରାମର୍ଶ ଦେଲେ ଗାଙ୍ଗୁଲି ଅଯଥା ଗମ୍ଭୀର ହୁଅନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତମାନର କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି । ସେ ଏହି ଅବସରରେ ଗୌତମ ଗମ୍ଭୀର ଅଯଥା କଠୋର ଏବଂ ଗମ୍ଭୀର ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ତୁମେ ଜଣେ ଭଲ ମଣିଷ ଏବଂ କୋଚ । ବର୍ତମାନ ଦଳକୁ ତୁମେ ଭଲ ଭାବେ ଗଢ଼ି ତୋଳିଛି । କଠୋର ନୀତି ଆପଣାଇବା ଆବଶ୍ୟକ ନାହିଁ । ଖୁବ କମ ଦିନରେ ଭାରତ ତାଙ୍କ ପ୍ରଶିକ୍ଷଣରେ ୨ଟି ଆଇସିସି ଟ୍ରଫି ହାସଲ କରିପାରିଛି । ମୁଁ ତାଙ୍କ ସହିତ ଏକତ୍ର ଖେଳିଛି । ସେ ଜଣେ ଆକ୍ରମଣାତ୍ମକ ଖେଳାଳି ।

ସବୁବେଳେ ଜିତିବାକୁ ଭଲ ପାଇଥାନ୍ତି । ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ଏବେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଘରୋଇ ପରିବେଶରେ ୨ଟି ଟେଷ୍ଟ ସିରିଜରେ ତାଙ୍କ ପ୍ରଶିକ୍ଷଣରେ ଭାରତ ହ୍ୱାଇଟୱାଶ ହୋଇଛି । ଆଗକୁ ହେବାକୁ ଥିବା ଟେଷ୍ଟ ସିରିଜରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ସେ ନିଶ୍ଚିତ ଯୋଜନା ପ୍ରସ୍ତୁତ କରୁଥିବେ ବୋଲି ବିସିସିଆଇର ଏହି ପୂର୍ବତନ ସଭାପତି କହିଛନ୍ତି ।

Leave A Reply

Your email address will not be published.