Latest Odisha News

BREAKING NEWS

ଧୂରନ୍ଧର: ଦି ରିଭେଂଜର ପ୍ରଭାବ, ଟକ୍ସିକ ପରେ ଘୁଂଚିବ ଦୃଶ୍ୟମ ୩

ମୁମ୍ବାଇ: ରଣବୀର ସିଂଙ୍କ ଧୂରନ୍ଧର: ଦି ରିଭେଂଜ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହାର ପ୍ରଭାବ ଏପରି ରହିଛି ୟଶଙ୍କ ଟକ୍ସିକ ଫିଲ୍ମ ଏହାର ରିଲିଜ ତାରିଖ ଘୁଂଚାଇଥିଲା । ଏବେ ରିପୋର୍ଟ ମୁତାବକ ମୋହନଲାଲ ଅଭିନୀତ ଦୃଶ୍ୟମ ୩ ମଧ୍ୟ ତାର ରିଲିଜ ତାରିଖ ବଦଳାଇବା ପାଇଁ ନିଷ୍ପତି ନେଇଛି । ଏପ୍ରିଲ ୩ରେ ଏହି କ୍ରାଇମ ଥ୍ରୀଲର ରିଲିଜ ହେବାକୁ ଥିଲା । ମିଡିଲ ଇଷ୍ଟରେ ଯୁଦ୍ଧ ଏବଂ ଧୂରନ୍ଧର ପ୍ରଭାବ ଯୋଗୁ ଏହି ଫିଲ୍ମମେକର୍ସ ମାନେ ପଛଘୁଂଚା ଦେବାକୁ ବାଧ୍ୟ ହୋଇଛନ୍ତି ।

ପବନ କଲ୍ୟାଣ କିନ୍ତୁ ଉସ୍ତାଦ ଭଗତ ସିଂ ମାଧ୍ୟମରେ ଧୂରନ୍ଦରକୁ କଡା ଚ୍ୟାଲେଞ୍ଜ ଦେଉଛନ୍ତି । ଏହି ତେଲୁଗୁ ଫିଲ୍ମ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଟକ୍ସିକ ଫିଲ୍ମର ରିଲିଜ ତାରିଖ ବଦଳିବା ଧୂରନ୍ଧରକୁ ଫାଇଦାରେ ରଖିଛି । ଏବେ ଏହାକୁ ମାର୍ଚ୍ଚ ୧୯ ବଦଳରେ ଜୁନ ୪ରେ ରିଲିଜ କରାଯିବ ବୋଲି ସ୍ଥିର ହୋଇଛି । ଧୂରନ୍ଧର ୨ ବକ୍ସି ଅଫିସରେ ଇତି ମଧ୍ୟରେ ୭୦୦ କୋଟି ଟଙ୍କା ଆୟ କରିସାରିଛି । ଖୁବ ଶୀଘ୍ର ଏହା ୧୦୦୦ କୋଟି କ୍ଲବରେ ସାମିଲ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.