ଭୁବନେଶ୍ୱର: ଶୂନ୍ୟକାଳରେ ବିରୋଧୀଙ୍କୁ କଡା ଟାର୍ଗେଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି । ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ 68 ରୁ 70 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଧାନସଭା ବନ୍ଦ କରି 12 କୋଟି ଟଙ୍କା ରାଜସ୍ବ ନଷ୍ଟ ହେଲାଣି।
ବିଧାନସଭାରେ ଅଭାବନୀୟ ପରିସ୍ଥିତି ଚାଲିଛି । କୌଣସି ସେସନରେ ବଜେଟ ଆଲୋଚନା ବେଳେ ବିରୋଧୀ ଦଳ ସଦଶ୍ୟ ଭାଗ ନିଅନ୍ତି । କିନ୍ତୁ ଲଗାତାର ଭାବେ ଏହାର ବ୍ୟତିକ୍ରମ ଦେଖା ଯାଉଛି । 24 ବର୍ଷ ଶାସନ ଦଳ ଯଦି ବିଧାନସଭାର ଵିଧି ବ୍ୟବସ୍ଥା ପାଳନ କରିବେ ନାହିଁ ଏହାଠୁ ଦୁର୍ଭାଗ୍ୟ କିଛି ନାହିଁ ।
ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ । କୌଣସି ଚାଷୀ ଆପଣଙ୍କ ସହ ନଥିଲେ । ଏବେ ଏସସିବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପହଂଚି ଥିଲେ । କୌଣସି ଦୁର୍ଘଟଣା ସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଗଲା । ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଗଲା । ଯିଏ ଦୋଷୀ ତାଙ୍କ ଉପର ଆକ୍ସନ ବି ହେଲା ।
ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ସାକ୍ଷୀଙ୍କୁ ହତ୍ୟା କରା ଯାଇଥିଲା । ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଇଥିଲେ କି? ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ ବିଧାନସଭାକୁ
ଚଳାଇ ଦେବା ପାଇଁ । ହେଲେ କୌଣସି ଉତ୍ତର ଆସି ନ ଥିଲା । ବିରୋଧୀଙ୍କ ଡର କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.