Latest Odisha News

BREAKING NEWS

ମହଙ୍ଗା ସାବ୍ୟସ୍ତ ହୋଇପାରେ ଏଆଇ ପରାମର୍ଶରେ ଔଷଧ ସେବନ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସି (ଏଆଇ) ଧୀରେ ଧୀରେ ଆମ ଜୀବନର ଅଂଶବିଶେଷ ହେବାକୁ ବସିଲାଣି । ପ୍ରତ୍ୟେକ କଥାରେ ୟୁଜର୍ସମାନେ ଏଆଇର ପରାମର୍ଶ ନେଉଛନ୍ତି । ଏପରିକି ଡାକ୍ତରଙ୍କୁ ନ ଦେଖାଇ ମନକୁ ମନ ଏଆଇ ମାଧ୍ୟମରେ ରୋଗ ଉପଶମ ପାଇଁ ରୋଗୀ ଔଷଧ ଖାଉଛନ୍ତି । ଏବେ ଏକ ଷ୍ଟଡିରେ ଏ ନେଇ ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ଏଆଇ ଠିକ ଭାବେ ପରାମର୍ଶ ଦେଇପାରୁ ନାହିଁ । ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାମଲାରେ ରୋଗୀଙ୍କୁ ଏହା ଭୁଲ ପରାମର୍ଶ ଦେଉଛି । ମେଡିକାଲ ଜର୍ଣ୍ଣାଲ ବିଏମଜେ ଓପନରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଆମେରିକା, କାନାଡା ଓ ୟୁକେର ଗବେଷକମାନେ ଜେମିନୀ, ଚାଟଜିପିଟି, ମେଟା ଏଆଇ, ଡୀପସିକ ଓ ଗ୍ରୋକର ପରାମର୍ଶକୁ ନେଇ ଏକ ମୂଲ୍ୟାଙ୍କନ କରିଥିଲେ । ପ୍ରତ୍ୟେକ ପ୍ଲାଟଫର୍ମକୁ ସ୍ୱାସ୍ଥ୍ୟ ସମ୍ପର୍କୀତ ୧୦ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଉତର ଭୁଲ ଥିଲା । ୨୦ ପ୍ରତିଶତ ଉତର ରୋଗୀଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇଥାନ୍ତା । ଏକ ରିପୋର୍ଟ ଅନୁସାରେ ୨୦ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଆଇ ପରାମର୍ଶରେ ପୂର୍ବରୁ ଔଷଧ ସେବନ କରିଛନ୍ତି । ଏବେ ରୋଗ ଉପଶମ ପାଇଁ ଏଆଇର ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ଆଲୋଚନା କରିବା ବୁଦ୍ଧିମାନର କାମ ହେବ ବୋଲି ଗବେଷକମାନେ କହିଛନ୍ତି ।

Leave A Reply

Your email address will not be published.