ବେଜିଂ: ଚୀନ୍ରେ ଦିନକୁ ଦିନ ମାରାତ୍ମାକ ଭୂତାଣୁ କରୋନା କାୟା ବିସ୍ତାର କରୁଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଭାଇରସ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ଚୀନ୍ରେ ଏହାକୁ ନେଇ ଏକ ରୋଚକ ସ୍ଥିତି ସାମ୍ନାକୁ ଆସିଛି । ମାରାତ୍ମକ ଭୂତାଣୁ ଯୋଗୁଁ ବିବାହ କାର୍ଯ୍ୟକୁ ବନ୍ଦ କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ(ହେଲ୍ଥ ଏମରଜେନ୍ସି) ବୋଲି ଘୋଷଣା କରିସାରିଛି । ତେବେ ଏହାରି ଭିତରେ ଚୀନ୍ ସରକାର କରୋନା ପାଇଁ ବିବାହ ଆଦି ଶୁଭକାର୍ଯ୍ୟ ଉପରେ ସାମୟିକ ଭାବେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଚୀନ୍ରେ ସମସ୍ତ ଶୁଭକାମ ଅଟକି ଯାଇଛି । କେବଳ ସେତିକି ନୁହେଁ ଅନ୍ତିମ ସଂସ୍କାର କାମକୁ ମଧ୍ୟ ଶୀଘ୍ର ସାରିବାକୁ ଅପିଲ କରାଯାଇଛି । ଏଥିସହ ଗୋଟିଏ ସ୍ଥାନରେ ଅଧିକ ଲୋକେ ଠୁଳ ନହେବାକୁ ମଧ୍ୟ ଚୀନ୍ ସରକାର ନିବେଦନ କରିଛନ୍ତି ।
ଆଜି ଚଳିତ ବର୍ଷର ଏକ ବିରଳ ଦିନ ଥିଲା । ତାରିଖ୨ ମାସ ୨ ଏବଂ ବର୍ଷ ୨ ହଜାର ୨୦ । ତେଣୁ ସଂଖ୍ୟା ଦୃଷ୍ଟିରୁ ଏଭଳି ବିରଳ ଦିନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଏବଂ ନିଜ ବିବାହ ତାରିଖକୁ ସ୍ମୃତିମୟ କରିବା ପାଇଁ ଚୀନ୍ରେ ହଜାର ହଜାର ଲୋକେ ବିବାହ ପାଇଁ ପଂଜିକରଣ କରିଥିଲେ । ତେବେ ମହାମାରିର ରୂପ ନେଇଥିବା କରୋନା ଭୂତାଣୁ ଲାଗି ସରକାର ବିବହ ପଂଜିକରଣ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଛନ୍ତି । କିଛି ଦିନ ପାଇଁ ବିବାହ କାର୍ଯ୍ୟ ଉପରେ ରୋକ ଲାଗଇଛନ୍ତି ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.