Latest Odisha News

BREAKING NEWS

ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ;୨ ଗିରଫ

କଟକ: ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ । ଜିଲ୍ଲାର ମୋବାଇଲ ସ୍କ୍ୱାର୍ଡ ମାହାଙ୍ଗା ଥାନା ଅନ୍ତର୍ଗତ ଅଲିନଗର ଗ୍ରାମ ଠାରେ ଚଢ଼ାଉ କରିଛି । ନକଲି ବିଦେଶୀ ମଦ ତିଆରି ୟୁନିଟରୁ ଅବକାରୀ ଟିମ୍ ବିପୁଳ ପରିମାଣର ବିଦେଶୀ ନକଲି ମଦ ପାଇଁ ବ୍ୟବହୃତ ହେଉଥିବା ସ୍ପିରିଟ, ନକଲି ବିଦେଶୀ ମଦ, ନକଲି ଲେବେଲ ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ସୁକୁଦେବ ସାମଲ ଓ ବିଦୁଲତା ସାମଲ । ସେମାନଙ୍କ ଘରୁ ସ୍ପିରିଟ- ୧୪ ଲିଟର, ଡୁପ୍ଲିକେଟ ବିଦେଶୀ ମଦ ୧୮୦ ଗୋଟି ବୋତଲ, ପ୍ରାୟ ୩୨.୪୦୦ ଲିଟର, ଡୁପ୍ଲିକେଟ ଲେବେଲ ଖାଲି କାଚ ବୋତଲ ,ଠିପି ଜବତ କରାଯାଇଛି।

ଜବତ ନକଲି ବିଦେଶୀ ମଦ ଓ ଅନ୍ୟାନ୍ୟ ସରଞ୍ଜାମର ଆନୁମାନିକ ମୂଲ୍ୟ ୧,୭୯,୩୬୦ ହେବ ।

Leave A Reply

Your email address will not be published.