Latest Odisha News

BREAKING NEWS

କୋହଲିଙ୍କ ଆଘାତ ସମସ୍ୟା ନେଇ ମୁହଁ ଖୋଲିଲା ଟିମ ମ୍ୟାନେଜମେଂଟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଆଘାତ ସମସ୍ୟା ଯୋଗୁ ଆଫଗାନିସ୍ତାନ ବିପକ୍ଷ ଦିିନିକିଆ ସିରିଜରୁ ଓହରି ଯାଇଛନ୍ତି । ଜୁନ ୧୩ରୁ ଏହି ସିରିଜ ଆରମ୍ଭ ହେବ । ଆଇପିଏଲ ଫାଇନାଲରେ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ପୂନର୍ବାର ଚାମ୍ପିୟନ କରାଇଥିଲେ । ତେବେ ଏହି ଇନିଂସ ଅବସରରେ ସେ ମାଂସପେଶୀଜନିତ ଆଘାତ ସମସ୍ୟାରେ ପଡିଥିଲେ । ଫାଇନାଲ ପରେ ସେ ଆଘାତ ସମସ୍ୟାରେ ପଡିଥିବା ଜଣାପଡିଥିଲା ।

ଏବେ ଟିମ ଇଣ୍ଡିଆର ସହକାରୀ କୋଚ ର‌୍ୟାନ ଟେନ ଡୋଶ୍ଚେଟ ଏ ନେଇ ବୟାନ ଦେଇଛନ୍ତି । ଖୁବ ଶୀଘ୍ର କୋହଲିଙ୍କ ଆଘାତ ସମସ୍ୟା ସମ୍ପର୍କରେ ବିଧିବଦ୍ଧ ଭାବେ ଜଣାଇ ଦିଆଯିବ । ତେବେ ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଆମ ପାଇଁ ଶକ୍ତ ଧକ୍କା ବୋଲି ସେ କହିଛନ୍ତି । ୩୭ ବର୍ଷୀୟ କୋହଲି ଆଇପିଏଲ ୨୦୨୬ରେ ୬୭୫ ରନ ସଂଗ୍ରହ କରିଥିଲେ । ଫାଇନାଲରେ ସେ ୪୨ ବଲରେ ୭୫ ରନ କରି ଅପରାଜିତ ରହିଥିଲେ । ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଟିମ ଜୁନ ୧୩, ୧୭ ଓ ୨୦ରେ ୩ଟି ଦିନିକିଆ ମ୍ୟାଚ ଖେଳିବ ।

Leave A Reply

Your email address will not be published.