ନୂଆଦିଲ୍ଲୀ: ଭାରତ ଇଥାନଲ-ଆଧାରିତ ଇନ୍ଧନକୁ ପ୍ରୋତ୍ସାହିତ କରିବା ପାଇଁ E85 ଇନ୍ଧନ ପ୍ରଚଳନ କରିଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏହାକୁ ଆରମ୍ଭ କରିଛନ୍ତି। ଏହି ଇନ୍ଧନ ବିଶେଷକରି ଫ୍ଲେକ୍ସ-ଇନ୍ଧନ ଯାନ ପାଇଁ। ଏହା କେବଳ ଇନ୍ଧନ ଖର୍ଚ୍ଚ ହ୍ରାସ କରିବ ନାହିଁ ବରଂ ପରିବେଶ ଏବଂ ଅର୍ଥନୀତିକୁ ମଧ୍ୟ ଲାଭ ଦେବ।
ଏହା ସାଧାରଣ ଲୋକଙ୍କ ପାଇଁ କେବଳ ତେଲ ଖର୍ଚ୍ଚ ହ୍ରାସ କରିବ ନାହିଁ ବରଂ ସରକାରଙ୍କ ଅଶୋଧିତ ତୈଳ ବୋଝ ମଧ୍ୟ ହ୍ରାସ କରିବ। ପରିବେଶଗତ ଲାଭ ସହ ଏହା ଚାଷୀଙ୍କ ଆୟ ବୃଦ୍ଧି କରିବ ବୋଲି ମଧ୍ୟ ଆଶା କରାଯାଉଛି।
E85 ହେଉଛି ଏକ ଇନ୍ଧନ। ଯେଉଁଥିରେ 80-85% ଇଥାନଲ ଏବଂ 14-19% ପେଟ୍ରୋଲ ମିଶ୍ରଣ ଥାଏ। ଏହା ଫ୍ଲେକ୍ସ-ଇନ୍ଧନ ଯାନ (FFVs) ପାଇଁ ଡିଜାଇନ୍ କରାଯାଇଛି। ଏପରି ଯାନଗୁଡ଼ିକ E20 ରୁ E100 ପର୍ଯ୍ୟନ୍ତ ଯେକୌଣସି ଇଥାନଲ ମିଶ୍ରଣରେ ଚାଲିପାରିବ।