ବର୍ମିଂହାମ: ଚଳିତ ଟି୨୦ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଶୋଚନୀୟ ଭାବେ ପରାଜିତ କରି ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସ୍ମୃତି ମାନ୍ଧାନାଙ୍କ ୬୮ ଏବଂ ହରମନପ୍ରୀତ କୌର(୩୬) ଓ ରିଚା ଘୋଷଙ୍କ ୩୪ ରନ ସହାୟତାରେ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା । ସାଦିଆ ଇକବାଲ ଓ ଫାତିମା ସାନା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ପାକିସ୍ତାନ ୧୭ ଓଭରରେ ୧୦୬ ରନ କରି ଅଲଆଉଟ ହୋଇ ଯାଇଥିଲା । ମୁନୀବା ଅଲୀ ୪୧ ରନ କରି କିଛିଟା ସଂଘର୍ଷ କରିଥିଲେ ।
ଦୀପ୍ତି ଶର୍ମା ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଚରଣୀ ୩ଟି ଓ ଶେଫାଳୀ ବର୍ମା ଗୋଟିଏ ୱିକେଟ ନେଇଥିଲେ । ଗ୍ରୁପ ୧ରୁ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଟିମ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଗ୍ରୁପ ୨ରେ ଇଂଲଣ୍ଡ, ସ୍କଟଲାଣ୍ଡ ଓ ୱେଷ୍ଟଇଣ୍ଡିଜ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଦୀପ୍ତି ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
