ପାଟପୁର:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ଟିମ୍ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୫ ଜଣ ଜିୁଆଡ଼ିଙ୍କୁ ଗିରଫ କରିଛି । ତେବେ ପୂର୍ବରୁ ସୂଚନା ପାଇ ବହୁ ସଂଖ୍ୟକ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନାଥାଉକି, ଜୁଆଡ଼ିମାନଙ୍କଠାରୁ ପୋଲିସ ୮,୨୬୦ ହଜାର ଟଙ୍କା, ତାସମୁଠା ଏବଂ ବେଡ୍ସିଟ୍ ଜବତ କରିଛନ୍ତି।
ଖବରମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ନିକଟ ଏକ କୁକୁଡ଼ାଫାର୍ମରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିବା ପରେ ପୋଡ଼ାମାରି ଫାଣ୍ଡି ଏସ୍ଆଇ ପ୍ରଭାତ କୁମାର ବାଲିକାନା, ପାଟପୁର ଥାନା ଏଏସ୍ଆଇ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିଥିଲେ। ଅଭିଯୁକ୍ତମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍ଏସ୍ଏସ୍)ର ଧାରା-୩୫(୩) ଅନୁଯାୟୀ ନୋଟିସ୍ ଦିଆଯିବା ପରେ ଛାଡ଼ି ଦିଆଯାଇଥିବା ସୂଚନା ରହିଛି ।