Latest Odisha News

BREAKING NEWS

ପାରଦ୍ୱୀପ: ଭୟାବହ ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ୱାନ୍ତ

ପାରାଦ୍ୱୀପ: ପାରାଦ୍ୱୀପ ଲକ୍ ପଡ଼ାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ବାସଗୃହ ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି । ଫଳରେ ୪ଟି ପରିବାର ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି ।

ସୂତ୍ରରୁ ପ୍ରକାଶ, ପାରାଦ୍ୱୀପ ଲକ୍ ପଡ଼ାର ବିଜୟଲକ୍ଷ୍ମୀ ବର୍ମନଙ୍କ ଘରେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ପରେ ପରେ ଏହି ନିଆଁ ପାଖକୁ ଲାଗିଥିବା ଆଉ ୩ଜଣ ପଡ଼ୋଶୀ ବାସ ବର୍ମନ, ଅଶୋକ ବାଇ ଓ ନାରଣ ବର୍ମାଙ୍କ ଘରେ ନିଆଁ ବ୍ୟାପିଯାଇଥିଲା ।

ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବହୁ ବିଳମ୍ବରେ ଆସିଥିଲେ । ସ୍ଥାନୀୟ ଲୋକେ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ୪ଟି ଘର ପୋଡ଼ି ଭସ୍ମିଭୂତ ହୋଇପଡ଼ିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଏହି ୪ଟି ପରିବାରର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

ତେବେ ଘଟଣାସ୍ଥଳରେ ପାରାଦ୍ୱୀପ ଅଗ୍ନିଶମ ବିଭାଗର ବରିଷ୍ଠ କର୍ମଚାରୀ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣାଟି ସମଗ୍ର ପାରାଦ୍ୱୀପ ଅଞ୍ଚଳକୁ ବ୍ୟଥିତ କରିଛି ।

Leave A Reply

Your email address will not be published.