Latest Odisha News

ଆସନ୍ତୁ ଜାଣିବା କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୁହାଯାଏ ନକ୍ଷତ୍ରମାନଙ୍କ ରାଜା !

ଶ୍ରୀଜଗନ୍ନାଥଙ୍କୁ କାହିଁକି ନକ୍ଷତ୍ରରାଜା କୁହାଯାଏ ଆସନ୍ତୁ ଜାଣିବା । ପ୍ରାୟ ସମସ୍ତ ମନ୍ଦିରରେ ଗ୍ରହର ପ୍ରଭାବ ଥାଏ । ପୁରୀ ଶ୍ରୀମନ୍ଦିରରେ କିନ୍ତୁ ଏହାର କମ୍ ପ୍ରଭାବ ପରିଲକ୍ଷିତ ହୁଏ । କାରଣ ନବଗ୍ରହର ରାଜା ଭାବେ ଶ୍ରୀଜଗନ୍ନାଥଙ୍କୁ ବିବେଚନା କରାଯାଏ ।

ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ସମୟରେ ମନ୍ଦିର ପରିସ୍କାର କରାଯାଏ ସୌଧ କରାଯାଏ ତାପରେ ଦେବନୀତି ଆରମ୍ଭ କରାଯାଏ, କିନ୍ତୁ ଆମ କୋଟିକୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ ବିଚିତ୍ର ବ୍ୟତିକ୍ରମ,ମହାପ୍ରଭୁଙ୍କର ସେପରି ନୀତି ହୁଏ ନାହିଁ ! ଗ୍ରହଣ କିମ୍ବା ପରାଗ ସ୍ପର୍ଶ କରିବାର ୧୨ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କର ନୀତି ସମ୍ପାଦିତ ହୋଇଥାଏ !

ମହାପ୍ରଭୁ ଖଣ୍ତିଏ ତଡପ ଉତରୀ ପିନ୍ଧି ବସନ୍ତି ଏବଂ ସମସ୍ତ ସ୍ଥାନରେ ଗ୍ରହଣ ମୋକ୍ଷପରେ ମୋକ୍ଷାଞ୍ଚ ସ୍ନାନ କରୁଥିବା ସମୟରେ ମହାପ୍ରଭୁ ଗ୍ରହଣ ସ୍ପର୍ଶ ସମୟରେ ସ୍ନାନ କରି ବିଦ୍ୟମାନ ଥାନ୍ତି ଏବଂ ମହାପ୍ରଭୁଙ୍କୁ ଗ୍ରହଣ ଖଇକୋରା ଭୋଗ ହୋଇଥାଏ !

ଏହାହିଁ ମହାପ୍ରଭୁଙ୍କ ବୈଚିତ୍ର‌୍ୟ ଆଶ୍ଚର‌୍ୟ୍ୟ ଯାହାକି ସମଗ୍ର ଭାରତ ବର୍ଷରେ କୌଣସି ଦିଅଁଙ୍କ ପାଖରେ ଦେଖିବାକୁ ମିଳେନାହିଁ !

ମହାପ୍ରଭୁଙ୍କର ସ୍ୱତନ୍ତ୍ର ନକ୍ଷତ୍ର ବନ୍ଦାପନା ରହିଛି ! ଯେଉଁଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସ୍ୱର୍ଣ୍ଣକ୍ଷେତ୍ର ବା ଶୁନକ୍ଷେତ୍ର ହେବ ସେହିଦିନ ନକ୍ଷତ୍ର ବନ୍ଦାପନା ହେବ ! ବଡଠାକୁରଙ୍କର ମଦନମୋହନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମଦନମୋହନ , ମା ସୁଭଦ୍ରାଙ୍କ ପାଇଁ ମଦନମୋହନ ଆଜ୍ଞାମାଳ ପ୍ରାପ୍ତ ହୋଇ ତାଙ୍କୁ ସ୍ୱତନ୍ତ୍ର ଜୟବିଜୟ ଦ୍ୱାରରେ ବନ୍ଦାପନା ହୋଇ ଶୀତଳ ଭୋଗ ହୋଇ ଶ୍ରୀମନ୍ଦିରରେ ଗୋଟିଏ ବେଢା ପରିକ୍ରମା କରି ପୁଣି ଦକ୍ଷିଣଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି !

ଅର୍ଥାତ୍ ନକ୍ଷତ୍ର ବନ୍ଦାପନା ଏକ ସ୍ୱତନ୍ତ୍ର ନୀତି ଏବଂ ସବୁଠାରୁ ଆଶ୍ଚର‌୍ୟ୍ୟ କଥା ଯେତେବେଳେ ମହାପ୍ରଭୁ ନୀଳାଦ୍ରୀବିଜେ କରିଥାନ୍ତି ତା ପୂର୍ବରୁ କନକମୁଣ୍ତି ଉପରେ ରତ୍ନସିଂହାସନର ଯେଉଁ କନକମୁଣ୍ତି ରହିଛନ୍ତି ତାର ନିମ୍ନ ଭାଗରେ ବଡଓଡିଆ ମଠ ତରଫରୁ ଗୋଟିଏ ଚାନ୍ଦୁଆ ବନ୍ଧାହୁଏ!୨୭ଗୋଟି ନକ୍ଷତ୍ରକୁ ଉକ୍ତ ଚାନ୍ଦୁଆରେ ସଂସ୍ଥାପିତ କରି ମହାପ୍ରଭୁ ଜଗନ୍ନାଥଙ୍କର କନକମୁଣ୍ତି ନିମ୍ନଭାଗରେ ସ୍ଥାପନ କରାଯାଏ ! ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଚନ୍ତି ଏ ସମସ୍ତ ନକ୍ଷତ୍ର ସମସ୍ତ ଗ୍ରହମାନଙ୍କର ରାଜାଧିରାଜ ରାଜରାଜେଶ୍ୱର !

Leave A Reply

Your email address will not be published.