Latest Odisha News

BREAKING NEWS

ବୃଜଭୂଷଣ ଖଲାସ: କ୍ଷୋଭ ପ୍ରକାଶ କଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂଙ୍କୁ ଦିଲ୍ଲୀର ଏକ ଅଦାଲତ ମହିଳା ପହଲୱାନ ଯୌନ ନିର୍ଯ୍ୟତନା ମାମଲାରେ ଦୋଷମୁକ୍ତ କରିଛନ୍ତି । ଅଦାଲତଙ୍କ ଏହି ରାୟ ପରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ତୀବ୍ର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ୬ ଜଣ ମହିଳା ପହଲୱାନଙ୍କ ଦ୍ୱାରା ଅଣାଯାଇଥିବା ଯୌନ ନିର୍ଯ୍ୟତନା ଅଭିଯୋଗ ମାମଲାରେ ଦିଲ୍ଲୀ ଅଦାଲତ ପ୍ରମାଣ ଅଭାବରୁ ବୃଜଭୂଷଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ନିଷ୍ପତ୍ତି ପରେ ଭିନେଶ ଫୋଗାଟ ଅତ୍ୟନ୍ତ ଭାବବିହ୍ୱଳ ଓ କ୍ରୋଧିତ ହୋଇ କହିଛନ୍ତି ଯେ, ଆରମ୍ଭରୁ ହିଁ ସମ୍ପୂର୍ଣ୍ଣ ସିଷ୍ଟମ  ବୃଜଭୂଷଣଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲା।  ଅଦାଲତଙ୍କ ଏହି ରାୟକୁ ସହଜରେ ଗ୍ରହଣ କରାଯିବ ନାହିଁ ବୋଲି ଭିନେଶ ଓ ଅନ୍ୟ ମହିଳା କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ କରିଛନ୍ତି । ସେମାନେ ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବେ । ଭାରତୀୟ କ୍ରୀଡ଼ା ଜଗତର ଏହି ଚର୍ଚ୍ଚିତ ବିବାଦୀୟ ଆଇନଗତ ଲଢ଼େଇ ଏବେ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ; ବରଂ ନିୟାୟ ପାଇଁ ପହଲୱାନମାନଙ୍କ ସଂଘର୍ଷ ଆଗାମୀ ଦିନରେ ଉଚ୍ଚ ଅଦାଲତରେ ଜାରି ରହିବ ବୋଲି ଭିନେଶ କହିଛନ୍ତି ।

Leave A Reply

Your email address will not be published.