Latest Odisha News

BREAKING NEWS

ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତ ହତି ଦଳ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଏସୀୟ କ୍ରୀଡ଼ା ୨୦୨୬ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ମ୍ୟାଚ୍‌ର ଶେଷ ମିନିଟ୍‌ରେ ଅଭିଷେକଙ୍କ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ବଳରେ ଭାରତ ଏହି ରୋମାଞ୍ଚକର ବିଜୟ ହାସଲ କରିଛି । ଭାରତ ଦମଦାର ଶୁଭାରମ୍ଭ କରି ପ୍ରଥମ କ୍ୱାଟରରେ ୨-୦ ଏବଂ ଦ୍ୱିତୀୟ କ୍ୱାଟରରେ ୩-୦ ର ବଡ଼ ଅଗ୍ରଣୀ ହାସଲ କରିଥିଲା ।୩-୦ ରେ ପଛୁଆ ରହିବା ପରେ ପାକିସ୍ତାନ ଜବରଦସ୍ତ କମ୍‌ବ୍ୟାକ୍ କରି ମ୍ୟାଚ୍‌କୁ ୩-୩ ସମାନ ସ୍ଥିତିକୁ ଆଣିଥିଲା ।

ମ୍ୟାଚ୍ ସମାପ୍ତ ହେବାକୁ ମାତ୍ର କିଛି ସେକେଣ୍ଡ (୪୯ ସେକେଣ୍ଡ) ବାକି ଥିବାବେଳେ ଅଭିଷେକ ବିଜୟୀ ଗୋଲ୍ ସ୍କୋର କରି ଭାରତକୁ ୪-୩ ରେ ଜିତାଇଥିଲେ ।  ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ୨ଟି, ସୁଖଜିତ୍ ସିଂ ୧ଟିଏବଂ ଅଭିଷେକ ୧ଟି ନିର୍ଣ୍ଣାୟକ ଗୋଲ୍ ଦେଇଥିଲେ । ୧୯୯୮ ପରେ ଏହା ପ୍ରଥମ ଥର ଯେତେବେଳେ ଏସୀୟ କ୍ରୀଡ଼ାରେ ଭାରତର ଉଭୟ ପୁରୁଷ ଏବଂ ମହିଳା ହକି ଦଳ ଏକାସାଙ୍ଗରେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମହିଳା ଦଳ ସେମିଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.