Latest Odisha News

BREAKING NEWS

ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଆସିଲା ବଡ଼ ପରିବର୍ତ୍ତନ

ଆନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ  ଖେଳର ନିୟମ ଏବଂ ପ୍ଲେଇଂ କଣ୍ଡିସନ୍‌ରେ କେତେକ ପ୍ରମୁଖ ପରିବର୍ତ୍ତନ କରିଛି । ଏହି ନୂଆ ନିୟମଗୁଡ଼ିକ ୧ ଅକ୍ଟୋବର ୨୦୨୬ କିମ୍ବା ତା’ପରେ ଆରମ୍ଭ ହେଉଥିବା ସମସ୍ତ ନୂଆ ସିରିଜ୍‌ରେ ଲାଗୁ ହେବ । ପୂର୍ବରୁ ଚାଲୁଥିବା ସିରିଜ୍‌ଗୁଡ଼ିକ ପୁରୁଣା ନିୟମ ଅନୁସାରେ ହିଁ ଖେଳାଯିବ । ବ୍ୟାଟର ନିର୍ଦ୍ଧାରିତ ସମୟ ମଧ୍ୟରେ ବଲ୍ ସାମ୍ନା କରିବାକୁ ପ୍ରସ୍ତୁତ ନହେଲେ, ୩ୟ ଥର ଭୁଲ୍ କଲେ ଫିଲ୍ଡିଂ ଦଳକୁ ୫ ରନ୍ ପେନାଲ୍ଟି ମିଳିବ ।  ମହିଳା ଓ ଜୁନିୟର କ୍ରିକେଟ୍ ବଲ୍‌ର ଓଜନ ଏବଂ ଆକାର ପାଇଁ ଅଧିକ କଠୋର ଓ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଇଛି । ଷ୍ଟମ୍ପ ଆଡ଼କୁ ସିଧାସଳଖ ରନ୍ ଆଉଟ୍ କରିବାକୁ ଫିଙ୍ଗାଯାଇଥିବା ବଲ୍‌କୁ ହିଁ  ଓଭରଥ୍ରୋ କୁହାଯିବ । ଅନ୍ୟ ଫିଲ୍ଡରଙ୍କୁ ପାସ୍ କରିବା ବେଳେ ଭୁଲ୍ ହେଲେ ତାହା ମିସ୍‌ଫିଲ୍ଡ ଭାବେ ଗଣାଯିବ । ବଲ୍ କେବେ ଡେଡ ହେଲା, ତାହାର ପୂର୍ଣ୍ଣ ନିଷ୍ପତ୍ତି ଅମ୍ପାୟାରଙ୍କ ହାତରେ ରହିବ । ବଲ୍ ବୋଲର କିମ୍ବା ୱିକେଟକିପରଙ୍କ ହାତରେ ରହିବା ବାଧ୍ୟତାମୂଳକ ନୁହେଁ ।

ୱିକେଟ ଭାଙ୍ଗିବା ସମୟରେ ଫିଲ୍ଡରଙ୍କର ବଲ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ  ରହିବା ଅନିବାର‌୍ୟ୍ୟ । ଖରାପ ଆଲୋକ ସମସ୍ୟାରୁ ବଞ୍ଚିବା ପାଇଁ ଦୁଇ ଦଳର ସମ୍ମତିରେ ଦିନ ଟେଷ୍ଟରେ ପିଙ୍କ ବଲ୍ ବ୍ୟବହାର କରାଯାଇପାରିବ । ଏହି ନିଷ୍ପତ୍ତି ମ୍ୟାଚ୍ ପୂର୍ବରୁ ନିଆଯିବ ।ଦିନର ଶେଷ ଓଭରରେ ୱିକେଟ୍ ଗଲେ ମଧ୍ୟ ସେହି ଓଭରର ବଳକା ବଲ୍ ସେହିଦିନ ହିଁ ବୋଲିଂ କରାଯିବ, ଖେଳ ବନ୍ଦ ହେବନାହିଁ । ଦିନିକିଆ ଓ ଟି୨୦ରେ ବୋଲର ବଲ୍ ପକାଇବା ସମୟରେ ବ୍ୟାଟରଙ୍କ ପାଦର ପ୍ରାରମ୍ଭିକ ସ୍ଥିତିକୁ ହିଁ ୱାଇଡ୍‌ର ମାନଦଣ୍ଡ ଧରାଯିବ, ବ୍ୟାଟର ପରେ ଅଫ୍ ଷ୍ଟମ୍ପ ଆଡ଼କୁ ଘୁଞ୍ଚିଲେ ମଧ୍ୟ ସେହି ଆଧାରରେ ୱାଇଡ୍ ନିଷ୍ପତ୍ତି ନିଆଯିବ ।  ଡ୍ରିଙ୍କ୍ସ ବ୍ରେକ୍ ସମୟରେ ହେଡ୍ କୋଚ୍ ପଡ଼ିଆ ଭିତରକୁ ଆସି ରଣନୀତି ଆଲୋଚନା କରିପାରିବେ । ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଦୁଇ ଇନିଂସ ମଧ୍ୟରେ ୧୫ ମିନିଟ୍‌ର ବ୍ରେକ୍ ରହିବ (ସମୟ ନଷ୍ଟ ହୋଇଥିଲେ ଏହାକୁ ୧୦ ମିନିଟ୍ କରାଯାଇପାରିବ) ।

Leave A Reply

Your email address will not be published.