ମୁମ୍ବାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଭାଇଜାନ ଏବଂ ତାଙ୍କ ଫ୍ୟାନ୍ ଖୁସ୍ । ସଲମାନଙ୍କ ଅପକମିଂ ଫିଲ୍ମ ମାତୃଭୂମିକୁ ମିଳିଛି ସରକାରଙ୍କ ଗ୍ରୀନ ସିଗନାଲ୍ । ଖୁବସୀଘ୍ର ରିଲିଜ୍ ହେବ ଫିଲ୍ମ ମାତୃଭୂମି- ମେ ୱାର୍ ରେଷ୍ଟ ଇନ୍ ପିସ୍ । ଦୀପାବଳି ପରେ ଫିଲ୍ମଟି ରିଲିଜ୍ ହେବ ବୋଲି ସୂଚନା ମିଲିଛି । ମାତୃଭୂମି ନାମକରଣ ପୂର୍ବରୁ ଏହାର ଟ୍ୟାଗ୍ ଲାଇନ୍ ବ୍ୟାଟଲ୍ ଅଫ୍ ଗଲୱାନ୍ ବୋଲି ଘୋଷଣା କରାଯାଇଥିଲା । ୨୦୨୦ର ଭାରତ-ଚୀନ ସଂଘଷ ର୍ ଉପରେ ଫିଲ୍ମର କାହାଣୀ ଆଧାରିତ ଥିବାବେଳେ ଏହାର ମେକେିଂରେ ବିଳମ୍ବ ଦେଖିବାକୁ ମିଲିଥିଲା । କାରଣ ଏହାର ବିଷୟ ଓ ଚୀନ ସମ୍ବନ୍ଧୀୟ ଉଲ୍ଲେଖ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଥିଲା । ପରେ ଚଳଚିତ୍ର ନିର୍ମାତା ଫିଲ୍ମରଷ୍ଟୋରୀ ଲାଇନ ଓ ଏବେକାର ଭାରତ ଚୀନ ମଧ୍ୟରେ ସମ୍ପର୍କକୁ ସକରାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କରିଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଫିିଲ୍ମର ନୂତନ ସଂସ୍କରଣରେ ସନ୍ତୁଷ୍ଟ ଅଛନ୍ତି । ଏହି ଯୁଦ୍ଧ ଭିତିକ ଫିଲ୍ମ ପାଇଁ ଏନଓସି ପ୍ରଦାନ କରିଛନ୍ତି । ତେଣୁ ଏବେ ଫିଲ୍ମ ରିଲିଜ୍ ତାରିଖ ଉପରେ ଫୋକସ୍ କରୁଛନ୍ତି ସଲମାନ । ଆଗାମୀ ନଭେମ୍ବର ୧୩ଉପରେ ନଜର ରଖିଛନ୍ତି ସଲମାନ । ଦୀପାବଳି ପରେ ପରେ ଲୋକେ ଉତ୍ସାହରେ ଫିଲ୍ମକୁ ଉପଭୋଗ କରିବେ ବୋଲି ନଭେମ୍ବର ୧୩ରେ ଫିଲ୍ମ ରିଲିଜ୍ ପାଇଁ ଚିନ୍ତା କରାଯାଉଛି । ସିବିଏଫସିରୁ ଗ୍ରୀନ ସିଗନାଲ ମିଳିଲା ପରେ ଫିଲ୍ମର ଅଫିସିଆଲ ରିଲିଜ୍ ଡେଟ୍ ଆନାଉନ୍ସ କରିବେ ସଲମାନ । ପୂର୍ବରୁ ପ୍ରଥମେ ଏପ୍ରିଲ ପରେ ଅଗଷ୍ଟରେ ରିଲିଜ୍ ପାଇଁ ପ୍ଲାନ୍ ହୋଇଥିଲା । ଦେଖାଯାଉ ଆସନ୍ତା ଦୀପାବଳି ପରେ ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁପାରୁଛି ନା ନାହିଁ ।
