ଭୁବନେଶ୍ୱର:ଜଗତସିଂହପୁର ଜିଲ୍ଲା ଚେସ୍ ସଂଘ ଦ୍ୱାରା ଆୟୋଜିତ ଅଲ୍ ଓଡ଼ିଶା ଚେସ୍ ସଂଘ ତଥା କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ୍ ଉଦଯାପିତ ହୋଇଛି । ଏଥିରେ ପୂର୍ବତନ ରାଜ୍ୟଗୋଷ୍ଠୀ ଓ ଏସୀୟ ସ୍କୁଲ ସ୍ୱର୍ଣ୍ଣ ପଦକ ବିଜେତା ସ୍ମାରକୀ ମହାନ୍ତି ଚୂଡ଼ାନ୍ତ ୮ ରାଉଣ୍ଡ ରୁ ଅପରାଜିତ ୭ ପଏଣ୍ଟ ହାସଲ କରି ରେକର୍ଡ ୧୧ଥର ପାଇଁ ଟାଇଟଲ ଜିଣିଛନ୍ତି।
ଏହି ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନରେ ଗଞ୍ଜାମର ସ୍ନେହାଯୁକ୍ତ ବେହେରା,ତୃତୀୟ ସ୍ଥାନରେ କଟକର ଶ୍ରଦ୍ଧା ସ୍ମରଣିକା ନନ୍ଦ ଉଭୟ ୬.୫ ପଏଣ୍ଟ ଓ ଗତବର୍ଷର ବିଜେତା ୟାଶିତା ରାଉତ ୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନ ହାସଲ କରି ଆସନ୍ତା ନଭେମ୍ୱର ୩୦ ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସିନିୟର୍ ଚେସରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ।
ସେହିପରି ୫ମ ତୁଳସୀ ଟୁଡୁ କିସ୍ , ଦ୍ରିଷ୍ଟି ପ୍ରଧାନ,ସୁନ୍ଦରଗଡ ଉଭୟ ୬ ପଏଣ୍ଟ,୭ମ ଅନିଶା ମିଶ୍ର ପୁରୀ,୮ମ ଜୟ ଲକ୍ଷ୍ମୀ ସାହୁ କଟକ, ୯ମ ଅର୍ଣୀକା ଦାଶ ଓ ଅମୃତା ପ୍ରିୟଲକ୍ଷ୍ମୀ ଉଭୟ ଖୋର୍ଦ୍ଧା ସମସ୍ତେ ୫.୫ ପଏଣ୍ଟ ରଖି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ।
୫୦୦୦,୧୦୦୦୦,୫୦୦୦ ଓ ୩୦୦୦ ଟଙ୍କା ଶ୍ରେଷ୍ଠ ୪ଜଣଙ୍କୁ ପ୍ରଦାନ କରାଯିବା ସହ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
ଜଗତସିଂହପୁର ଜିଲ୍ଲା ଚେସ ସଂଘ ଉପସଭାପତି ତଥା ସିନିୟର୍ ମହିଳା କ୍ରିକେଟ ଦଳ ମନୋନୟନ ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ବରିଷ୍ଠ ବିଜେପି ସଂଗଠକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ଚେସ ସଂଘ ସଭାପତି କିଶୋର କୁମାର ପଣ୍ଡା ଓ ରାଜ୍ୟ ଚେସ ସଂଘ ସଭାପତି ସତ୍ୟ ରଂଜନ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ ଓ ସି ଏ ର ବର୍ତ୍ତମାନର କାର୍ଯ୍ୟକାରୀ ସମ୍ପାଦକ ଭବେଶ ମହାନ୍ତି, ମୁଖ୍ୟ ଅର୍ବିଟର ସନ୍ତୋଷ ମହାପାତ୍ର କୀଟ ଓ କିସ୍ ର ଯୋଗ ର ପ୍ରଫେସର ସନ୍ତୋଷ ଡ଼ାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଗୌର ହରି ମହାପାତ୍ର ସଭା ପରିଚାଳନା କରିଥିଲେ।ବିକ୍ରମ ବିଶ୍ୱାଳ ଓ ବିଶ୍ମିତା ପରିଚାଳନାରେ ସହାୟତା କରିଥିଲେ।
