Latest Odisha News

୨୦୧୬ ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ଡ୍ରାଇଭର ଗିରଫ

ରାୟଗଡ: ୨୦୧୬ ମସିହାରେ ହୋଇଥିବା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ପରେ ଛତିଶଗଡ ପୋଲିସ ଏବେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଗିରଫ କରିଛି ।

କଳ୍ପନା ଦାସ(୩୨) ଓ ତାଙ୍କ ୧୪ ବର୍ଷର ଝିଅକୁ ଛତିଶଗଡ ହମୀରପୁର ଜଙ୍ଗଲରେ ହତ୍ୟା କରିଥିବା ନେଇ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା । ମାରାଥନ୍ ଜେରା ପରେ ଧାରା ୩୦୨ ଓ ୨୧୦ ଦଫାରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରାଯାଇଛି ବୋଲି ରାୟଗଡ ଅତିରିକ୍ତ ଏସପି ଅଭିଷେକ ବର୍ମା ସୂଚନା ଦେଇଛନ୍ତି ।

ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟାସ୍ଥଳକୁ ନେଇ ପୋଲିସ ସିନ୍ ରିଏକ୍ରିଏସନ୍ କରିଥିଲା । ଡ୍ରାଇଭର ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାୟଗଡ ପୋଲିସ ଫେବୃଆରୀ ୧୪ ତାରିଖ ବିଳମ୍ବିତ ରାତିରେ ତାଙ୍କ ବାସଭବନରୁ ଟପ୍ପୋଙ୍କୁ ଉଠାଇ ନେଇଥିଲା ।

Leave A Reply

Your email address will not be published.