Latest Odisha News

ନିର୍ଭୟା ମାମଲା: ଫାଶୀ ଟାଳିବା ପାଇଁ ଏହି ଯୋଜନା କରିଥିଲା ଦୋଷୀ ବିନୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀରେ ଚଢ଼ାଇବା ପାଇଁ ତୃତୀୟ ଡେଥ୍‌ ୱାରେଣ୍ଟ୍‌ ମାର୍ଚ ୩ରେ କାର୍ଯ୍ୟକାରୀ ହେବା ନେଇ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫାଶୀରୁ ଖସି ଯିବା ପାଇଁ ଆଇନଗତ ବିଭିନ୍ନ ବିକଳ୍ପ ଆପଣାଇ ସାରିଛନ୍ତି ସମସ୍ତ ଦୋଷୀ । ଏସବୁରେ ଅସଫଳ ହେବା ପରେ ଜେଲ ଭିତରେ ରହି ଯୋଜନା କରୁଛନ୍ତି ଅପରାଧୀ ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ନିଜ ମୃତ୍ୟୁକୁ ଅପେକ୍ଷା କରିଥିବା ବିନୟ ଫାଶୀ ଟାଳିବା ପାଇଁ ଯୋଜନା ପରେ ଯୋଜନା ଅପଣେଇବାରେ ଲାଗିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୋଷୀ ବିନୟ ନିଜକୁ ଆହତ କରିବା ପାଇଁ ପିନ୍‌ ଗିଳି ଦେଇଥିବା ଏବଂ ମୁହଁରୁ ରକ୍ତ ବାହାରୁଥିବା ଅଭିନୟ କରିଥିଲା ଏବଂ ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ସତ ବୋଲି ଧରି ନେଇଥିଲେ।

ଏହାପରେ ବିନୟର ଚିକିତ୍ସା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା। ମେଡିକାଲରେ ହୋଇଥିବା ବିନୟର ଏକ୍ସରେ ରିପୋର୍ଟରୁ ଜଣାପଡିଛି ସେ ଆଦୌ ପିନ୍‌ ଗିଳିନଥିବା ଜଣାପଡ଼ିଛି । ଏହା ସହ ତାର ସ୍ବାସ୍ଥ୍ୟବସ୍ଥା ମଧ୍ୟ ଠିକ୍‌ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଏହା ପୂର୍ବରୁ ଦୋଷୀମାନେ ଫାଶୀ ଟାଳିବା ପାଇଁ ନାନା କୌଶଳ ଅବଲମ୍ବନ କରୁଛନ୍ତି। ତିହାର ଜେଲ୍‌ରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ସବୁଠାରୁ ବେଶୀ ବିଚଳିତ ‌ଅଛି ଦୋଷୀ ବିନୟ। ସେ ନିଜକୁ ମାନସିକ ରୋଗୀ ଦର୍ଶାଇବାକୁ ତୁହାକୁ ତୁହା ଉଦ୍ୟମ କରୁଛି, କିନ୍ତୁ ମେଡିକାଲ ରିପୋର୍ଟରୁ ତା’ର ମାନସିକ ସ୍ଥିତି ଠିକ୍‌ ଅଛି ବୋଲି ଜଣାପଡ଼ିଛି।

Comments are closed.