ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହାପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଭାରତ ଆମେରିକା ମଧ୍ୟରେ ୩ଟି ଚୁକ୍ତି ଉପରେ ସ୍ୱାକ୍ଷାରିତ ହୋଇଛି । ବାଣିଜ୍ୟ, ସୁରକ୍ଷା, ତୈଳ କାରବାର ସହଯୋଗ ନେଇ ମଧ୍ୟ ଚୁକ୍ତି ସାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିଛି ।ଆମେରିକା ଭାରତକୁ ଆପାଚେ ଏବଂ ଏମ୍ଏଚ୍-୬୦ ରୋମେଓ ହେଲିକପ୍ଟର ଯୋଗାଇ ଦେବ ବୋଲି ଚୁକ୍ତି ହୋଇଛି ।
ଅତ୍ୟାଧୁନିକ ରକ୍ଷା ଉପକରଣ ଓ ଆତଙ୍କବାଦ ଉପରେ ରୋକ ଲଗାଇବା ନେଇ ମଧ୍ୟ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧରେ ଉୟଭ ଦେଶ ମିଳିତ ଭାବେ ଲଢ଼େଇ କରିବ । ସେହିପରି ନିଶା କାରବାର, ଅପରାଧ ରୋକିବା ନେଇ ଆଲୋଚନା ହୋଇଛି । ଏଥିସହ ୫ଜି ୱେୟାରଲେସ୍ ନେଟ୍ୱର୍କ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ମୋଦି କହିଛନ୍ତି ।
ଅନ୍ୟପଟେ ଟ୍ରମ୍ପ ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଭାରତ ଗସ୍ତ ସେ କେବେବି ଭୁଲିବେ ନାହିଁ ବୋଲି କହିଛନ୍ତି । ଉଭୟ ଦେଶ ମଧ୍ୟରେ ସମାନ ପରମ୍ପରା ଓ ଗଣତନ୍ତ୍ର ରହିଛି । ଏହି ଗସ୍ତ ଭାରତ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ । ଭାରତ ଗସ୍ତର ଦ୍ୱିତୀୟ ଦିନରେ ବି ଟ୍ରମ୍ପ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି । ପରୋକ୍ଷାରେ ପାକିସ୍ତାନକୁ ସେ ଚେତାବନୀ ଦେଇଛନ୍ତି ।
BREAKING NEWS
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
Comments are closed.