ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ । ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାରି ଭିତରେ ଏଠାରେ ଆରମ୍ଭ ହୋଇଥିବା ହିଂସାରେ ଏବେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ସଂଗ୍ରହ ବେଳେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗୁଳିମାଡ ହୋଇଥିବା ଜଣାପଡିଛି । ମୌଜପୁର ଏବଂ ବ୍ରହ୍ମପୁରୀ ଅଂଚଳରେ ବିକ୍ଷୋଭକାରୀମାନେ ପଥରମାଡ କରିଛନ୍ତି । ଗତକାଲି ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଉତ୍ତର ପୂର୍ବ ଦିଲ୍ଲୀରେ ସ୍ଥିତି ସଂକଟାପନ୍ନ ରହିଛି । ସ୍ଥାନୀୟ ଅଚଂଳରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ସକାଳୁ ମୌଜପୁର, ଗୋକୁଳପୁରୀ ଅଂଚଳରେ ୫ଟି ବାଇକରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମ କର୍ମଚାରୀଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଥିଲା ।ଅନ୍ୟପଟେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରାଜଘାଟ ଗାନ୍ଧୀ ସମାଧି ସ୍ଥଳ ସମ୍ମୁଖରେ ବସି ଦିଲ୍ଲୀରେ ଶାନ୍ତି ବଜାୟ ରଖିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କ ସହ ଆମ୍ ଆଦମୀ ପାର୍ଟିର ବହୁ ନେତା ମଧ୍ୟ ସାମିଲ ହୋଇଥିଲେ ।
BREAKING NEWS
- ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି
- ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପଛରେ ଷଡ଼ଯନ୍ତ୍ର?
- ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର
- ‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’
- ମୋଦୀଙ୍କ ଭକ୍ତ ଜଗନ୍ନାଥ ମନ୍ତବ୍ୟ ଜିଭ ଖସିଯିବାରୁ ହୋଇଛି କହିଲେ ସମ୍ବିତ ପାତ୍ର
- ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯିବେ ଧୋନୀ
- ‘ଜନତା ଚୁପ୍ ଅଛନ୍ତି, ମୁଁ ଭାବୁଛି ଏଥର ପରିବର୍ତ୍ତନ ସୁନିଶ୍ଚିତ’
- ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର
- ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ
- ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି