ସେଣ୍ଟ ପିଟସବଗର୍ଗ: ଗ୍ଲୋବାଲ ୱାର୍ମିଙ୍ଗର ଏକ ଭୟଙ୍କର ପରିଣାମ ସାମନାକୁ ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହେବାକୁ ଲାଗିଲାଣି । ମଣିଷ ନିଜ ସ୍ୱାର୍ଥ ପାଇଁ ଯେଉଁଭଳି ପରିବେଶକୁ ନଷ୍ଟ କରି ଚାଲିଛି, ତାହାର ଭୟଙ୍କର ପରିଣାମ ଏବେ ଦେଖିବାକୁ ମିଳୁଛି । ଏମିତିରେ ଆଣ୍ଟାର୍କଟିକାରେ ରହୁଥିବା ମେରୁ ଭାଲୁ ନରଭକ୍ଷୀ ପାଲଟି ଗଲେଣି ।
ଜଳବାୟୁରେ ପରିବର୍ତ୍ତନ ଭାଲୁଙ୍କ ଉପରେ ବହୁତ ପ୍ରଭାବ ପକାଇଛି । ଆର୍କଟିକରେ ରହୁଥିବା ଭାଲୁଙ୍କ ଘର ଧିରେ ଧିରେ ଉଜୁଡି ଯାଉଛି । ସେମାନେ ସାଧାରଣତଃ ଶିକାର କରି ନିଜ ଭୋଜନର ବ୍ୟବସ୍ଥା କରନ୍ତି । କିନ୍ତୁ ଏବେ ସେମାନେ ନିଜ ଶାବକଙ୍କୁ ଖାଇବାକୁ ବାଧ୍ୟ ହେଉଛନ୍ତି । ଭାଲୁମାନେ ସମୁଦ୍ର ବରଫରେ ସିଲ ମାଛର ଶିକାର କରନ୍ତି । କିନ୍ତୁ ବରଫ ତରଳିବା ଯୋଗୁଁ ସେମାନେ ସମୁଦ୍ର କୂଳେ ରହିବାକୁ ବାଧ୍ୟ ହେଉଛନ୍ତି ଓ ଶିକାର କରିପାରୁନାହାଁନ୍ତି । ପରିଣାମ ସ୍ୱରୂପ ସେମାନେ ନିଜ ପ୍ରଜାତିର ଜୀବଙ୍କ ଶିକାର କରି ଖାଉଛନ୍ତି ।
Comments are closed.