Latest Odisha News

ଆଶ୍ଚର୍ଯ୍ୟ : ଗୋଟିଏ ମାଆ ପେଟରୁ ୩୫ ମିନିଟରେ ୬ ଶିଶୁ ଜନ୍ମ, ୨ ମୃତ

ଶେପୁର: ମଧ୍ୟପ୍ରଦେଶର ଶେପୁର ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ସ୍ଥାନୀୟ ଡାକ୍ତରଖାନାରେ ବିନୋଦ ମାଳୀ ନାମକ ମହିଳା ୩୫ ମିନିଟ ସମୟ ମଧ୍ୟରେ ୬ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟର ମାସକ ପୂର୍ବରୁ ଶିଶୁମାନେ ଜନ୍ମ ହେଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିଲା । ୨ଜଣ ଶିଶୁ ଇତି ମଧ୍ୟରେ ମୃତୁ୍ୟବରଣ କରିଛନ୍ତି । ଅନ୍ୟ ୪ଜଣଙ୍କୁ ଆଇସିୟୁରେ ରଖାଯାଇଛି ।

୭ମାସ ହେବା ପରେ ମାଳୀଙ୍କୁ ପ୍ରବଳ ପ୍ରସବ ବେଦନା ଆସିଥିଲା । ଏହା ଅସହ୍ୟ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସୋନୋଗ୍ରାଫି କରାଯିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ୩୫ ମିନିଟ ମଧ୍ୟରେ ୬ ଶିଶୁଙ୍କୁ ବିନା ଅସ୍ତେ୍ରାପଚରାରେ କଢ଼ା ଯାଇଥିଲା । ଏହାକୁ ଦେଖିବା ପାଇଁ ଡାକ୍ତରଖାନାରେ ପ୍ରବଳ ଭୀଡ ଜମିଛି ।

Comments are closed.