ତେହେରାନ: କରୋନା ଭାଇରସ(କୋଭିଡ-୧୯) ଚୀନ ପରେ ଏବେ ଅନ୍ୟ ଦେଶ ଗୁଡିକରେ କାୟା ବିସ୍ତାର କରୁଛି । ଏହି ଘାତକ ଭାଇରସ କବଳରେ ଏପର୍ଯ୍ୟନ୍ତ ଇରାନରେ ୩୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏନେଇ ଇରାନର ସ୍ୱାସ୍ଥ୍ୟ ଓ ଚିକିତ୍ସା ମନ୍ତ୍ରାଳୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ଇରାନରେ ୩୮୮ଜଣ ପ୍ରଭାବିତ ହୋଇଛନ୍ତି । ଇରାନ ସରକାର ଏହି ଘାତକ ଭାଇରସର ମୁକାବିଲା କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି ।
କରୋନା ଭାଇରସର ପ୍ରକୋପ ଦେଖି ଇରାନକୁ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଭାରତ । ଭାରତ ପୂର୍ବରୁ ପାକିସ୍ତାନ ମଧ୍ୟ ଇରାନ ଯାଉଥିବା ବିମାନ ରୋକିବାକୁ ନିଷ୍ପତ୍ତି ନେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ସଂକଟ ଘୋଷଣା କରିଥିବାବେଳେ ଏଯାଏଁ ଏହାର ପ୍ରତିଷେଧକ ଟିକା ବାହାରି ପାରିନି ।
Comments are closed.