Latest Odisha News

କାଙ୍ଗାଳ କରୁଛି କରୋନା ଭାଇରସ : ୟୁରୋପ ୟୁନିୟନର ୧.୧ ଲକ୍ଷ କୋଟି ଓ ଭାରତର ୨.୫ ହଜାର କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ: କାଙ୍ଗାଳ କରୁଛି କରୋନା ଭାଇରସ । ଚୀନର ଏହି ବ୍ୟାଧି ଏବେ ସାରା ବିଶ୍ୱ ପାଇଁ କରାଳ ରୂପ ଧାରଣ କରିଲାଣି । ଆର୍ଥୀକ ଦୃଷ୍ଟିକୋଣରୁ ବିଚାର କଲେ କରୋନା ଯୋଗୁ କେବଳ ୟୁରୋପ ୟୁନିୟନର ୧.୧ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏ ନେଇ ଚିନ୍ତା ବ୍ୟକ୍ତ କରି ସାରିଲେଣି ।ଭାରତରେ ଏହା ୨.୫ ହଜାର କୋଟି ଟଙ୍କାର କ୍ଷତି କରିବା ଆକଳନ କରାଯାଇଛି । ଆମେରିକାର ଏକ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି । ଆମେରିକାର ୪୨ ହଜାର କୋଟି, ଜାପାନର ୩୮ ହଜାର କୋଟି, ଦକ୍ଷିଣ କୋରିଆର ୨୭.୮ କୋଟି, ଚୀନ ୧୯ ହଜାର କୋଟି ଓ ଭିଏତନାମ ୧୬.୮କୋଟି ଟଙ୍କାର କ୍ଷତି ସହିଲେଣି ।

Comments are closed.