Latest Odisha News

ଭାରତୀୟ ମହିଳା ଦୁନିଆର ସବୁଠାରୁ ଅଧିକ ଉଚ୍ଚାଭିଳାଷୀ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଉଚ୍ଚ ଶିକ୍ଷିତା ମହିଳାମାନେ ଦୁନିଆର ସବୁଠାରୁ ଅଧିକ ଉଚ୍ଚାଭିଳାଷୀ । ୮୯% ଭାରତୀୟ ମହିଳାଙ୍କ ଭାବନା ଯେ, ଜୀବନରେ ସଫଳ ହେବା ଅତ୍ୟନ୍ତ ଜରୁରୀ । ଏନେଇ ଆମେରିକନ୍ ଏକ୍ସପ୍ରେସ ଓ ନ୍ୟୁୟର୍କ ୱିମେନ୍ସ ଫାଉଣ୍ଡେସନର ସଂଯୁକ୍ତ ସର୍ଭେରୁ ଜଣାପଡିଛି । ‘ଏମ୍ବିସିୟସ ଇନ୍ସାୟଟ୍ସ’ ନାମକ ଏକ ସର୍ଭେ ରିପୋର୍ଟରେ ଏମିତି କିଛି ମହିଳାଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ ସପୂର୍ଣ୍ଣ ରୂପେ କାର୍ଯ୍ୟରତ । ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ ଓ ସଂଯୁକ୍ତ ରାଷ୍ଟ୍ରର ୩୦୨୬ ମହିଳାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା ।

୮୯% ଭାରତୀୟ ମହିଳା ଭାବନା ଏହା ଯେ, ଜୀବନରେ ଉଚ୍ଚାଭିଳାଷୀ ହେବା ଜରୁରୀ । ଯେବେକି ବିଶ୍ୱ ସ୍ତରରେ ମାତ୍ର ୫୯% ମହିଳା ହିଁ ଏମିତି ବିଚାର ରଖନ୍ତି । ଅଭିଭାବକ, ସଂପର୍କ, ନିଜ ସ୍ୱାସ୍ଥ୍ୟ ବିଷୟରେ ଉଚ୍ଚାଭିଳାଷୀ ହେବାର ଭାବନା ଭାରତୀୟ ମହିଳାଙ୍କ କ୍ଷେତ୍ରରେ ୯୧% ଥିବାବେଳେ ଅନ୍ୟ ମହିଳାଙ୍କ କ୍ଷେତ୍ରରେ ୬୮% । ୭୦% ଭାରତୀୟ ମହିଳା ଉଚ୍ଚାଭିଳାଷୀ କୁହାଯିବାରେ ଗର୍ବ ଅନୁଭବ କରନ୍ତି । ଯେବେକି ଜର୍ମାନୀର ୩୫% ଓ ଆମେରିକାର ମାତ୍ର ୩୩% ମହିଳା ହିଁ ଏମିତି ବିଚାର ରଖନ୍ତି ।

Leave A Reply

Your email address will not be published.