ଭୁବନେଶ୍ୱର : ଏବେ ବିବାଦରେ ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ଗାଇଥିବା ‘ଝିଅ ନୁହେଁ ତୁ କରୋନା’ ଓ ‘ପ୍ରେମ ତୋର କରୋନା ଚାଇନା ବୋମା’ ଗୀତକୁ ବିରୋଧ ହେବା ସହ ଥାନାରେ ମାମଲା ରୁଜୁ ହୋଇଛି । ଏ ନେଇ ବୁଧବାର ସୋସିଆଲ ମିଡିଆରେ ହ୍ୟୁମାନ କ୍ଷମା ପ୍ରାର୍ଥନା କରିଛନ୍ତି ।
ଓଡିଶାବାସୀଙ୍କୁ ହ୍ୟୁମାନ ସାଗର ଭଗବାନ ବୋଲି ସମ୍ବୋଧନ କରିଛନ୍ତି । ତେବେ ଏହି ଗୀତଟି ୨୦ ଦିନ ପୂର୍ବରୁ ରେକର୍ଡିଂ ହୋଇଥିଲା । ସେତେବେଳେ କରୋନା ଭାଇରସ୍ ସମ୍ପର୍କରେ ତାଙ୍କର କିଛି ଜ୍ଞାନ ନ ଥଲା । ଏହା କେତେ ମାରାତ୍ମକ ବୋଲି ଜାଣି ନ ଥିବା କହିଛନ୍ତି । ସେ ନାରୀ ଜାତିଙ୍କୁ ସମ୍ମାନ କରନ୍ତି ତେଣୁ ଏପରି ଗୀତ ଗାଇପାରିବେ ନାହିଁ ବୋଲି କହିଛନ୍ତି ।
କେବଳ ଏହି ଗୀତ ନୁହେଁ ଆଗରୁ ଅନେକ ବିବାଦୀୟ ଗୀତ ବାହାରିଛି । ଯାହା ଉପରେ ସେପରି କିଛି ପଦକ୍ଷେପ ନିଆଯାଇ ନଥିବା ସେ କହିଛନ୍ତି । କରୋନା ଏବେ ମହାମାରୀର ରୂପ ନେଇଥିବା ବେଳେ ତାଙ୍କ ଏହି ଛୋଟ ଗୀତକୁ ଏତେ ଭାଇରାଲ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ।
ସୋସିଆଲ ମିଡିଆରେ ଗୀତଟିକୁ ତିରିଶ ଲକ୍ଷ ଲୋକ ଦେଖିଥିଲେ । ତଥାପି ବିବାଦ ଦେଖାଯିବାରୁ ସେ ସଙ୍ଗୀତ ନିର୍ଦ୍ଦେଶକଙ୍କୁ କହି ସଙ୍ଗେ ସଙ୍ଗେ ଡିଲିଟ୍ କରିଥିବା କହିଛନ୍ତିା
ତେବେ ଗୀତଟି ଯଦି କାହାକୁ ଆଘାତ ଦେଇଛି ତେବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥି ସହ କରୋନାକୁ ନେଇ ସେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।
BREAKING NEWS
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ

Comments are closed.