Latest Odisha News

କେରଳରେ ଆଣ୍ଟି–କରୋନାଭାଇରସ ଜୁସ ବିକ୍ରି କରି ଅଡୁଆରେ ବ୍ରିଟିଶ ନାଗରିକ

ଥିରୁବନନ୍ତପୁରମ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏମିତି ସମୟରେ କୌଣସି ପ୍ରକାରର ଗୁଜବ ପ୍ରଚାର ନକରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । କରୋନା ଜନିତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଛି ।

ଏହି ସମୟରେ କେରଳର ଥିରୁବନନ୍ତପୁରମ ଠାରୁ ୪୫ କିମି ଦୂର ଭରକଳା ଅଂଚଳରେ କାଫେଟେରିଆ ଦେଇଥିବା ଜଣେ ବ୍ରିଟିଶ ନାଗରିକ ଆଣ୍ଟି-କରୋନାଭାଇରସ ଜୁସ ବିକ୍ରି କରିବାକୁ ନେଇ ଅଡୁଆରେ ପଡିଛନ୍ତି । ସେ ନିଜ ‘କଫି ଟେମ୍ପଲ’ ନାମକ କାଫେଟେରିଆ ଆଗରେ ୧୫୦ ଟଙ୍କାରେ ଆଣ୍ଟି-କରୋନାଭାଇରସ ଜୁସ ବିକ୍ରି ହେଉଥିବା ବୋର୍ଡ ଲଗାଇଥିଲେ । କିଛି ସ୍ଥାନୀୟ ଲୋକ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ଜୁସ ବିକ୍ରେତାଙ୍କୁ ଚେତାବନୀ ଦେଇ ଛାଡି ଦେଇଛନ୍ତି ।

ଭରକଳା ଅଂଚଳର ପୋଲିସର କହିବାନୁସାରେ, ୬୦ ବର୍ଷୀୟ ବ୍ରିଟିଶ ନାଗରିକଙ୍କ କୌଣସି ଖରାପ ପ୍ରବୃତ୍ତି ନଥିଲା ଏବଂ ସେ କାହାକୁ ମଧ୍ୟ ଜୁସ ବିକ୍ରି କରିନଥିଲେ । ଭରକଳାରେ ଇଟାଲୀୟ ପର୍ଯ୍ୟଟକ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ସେଠାରେ ସୁରକ୍ଷାକୁ କଡାକଡି କରାଯାଇଛି ।

Comments are closed.