କଟକ: ରାଜ୍ୟ ଆଇନଜୀବୀ ପରିଷଦର ଅନ୍ତଭୃକ୍ତ ହୋଇଥିବା ରାଜ୍ୟର ସମସ୍ତ ବାର ଆସୋସିଏସନ ଗୁଡ଼ିକର ନିର୍ବାଚନ ଆସନ୍ତା ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିଲା, କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ତାରିଖକୁ ସ୍ଥଗିତ ରଖାଯାଇଛି ।
ଏସମ୍ପର୍କରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଆଫିଲେଟେଡ଼ ବାର୍ ଆସୋସିଏସନ ଗୁଡ଼ିକର ନିର୍ବାଚନ ସ୍ଥଗିତ ରହିବା ନେଇ ପରିଷଦର ନିର୍ବାଚନ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି ।
ଏଥିରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ଆଇନଜୀବୀ ପରିଷଦର ଅନ୍ତଭୃକ୍ତ ହୋଇଥିବା ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ମାର୍ଚ୍ଚ ୨୮ ପରିବର୍ତ୍ତେ ୨୦୨୦ ଏପ୍ରିଲ୍ ୨୫ ତାରିଖରେ ଅନୁଷ୍ଠିତ ହେବ ।
ରାଜ୍ୟ ଆଇନଜୀବୀ ପରିଷଦର ସମ୍ପାଦକ ଜେ କେ ସାମନ୍ତସିଂହାର ଏସମ୍ପର୍କରେ ଏକ ପତ୍ର ମାଧ୍ୟମରେ ସମସ୍ତ ଆଫିଲେଟେଡ୍ ବାର୍ ଆସୋସିଏସନର ସଭାପତି/ସମ୍ପାଦକ/ନିର୍ବାଚନ ଅଧିକାରୀମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ।
Comments are closed.