ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଏହି ଘାତକ ଭୂତାଣୁ ସଂକ୍ରମଣରେ ହଜାର ହଜାର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି । କରୋନା ମହାମାରୀର ପ୍ରାଦୁର୍ଭାବ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଇଟାଲୀ, ସ୍ପେନ, ଜର୍ମାନୀ, ବ୍ରିଟେନ ପରି ଦେଶରେ ବ୍ୟାପୀ ଥିବା ବେଳେ ଭାରତ ଏଥିରୁ ମଧ୍ୟ ତ୍ରାହି ପାଇନାହିଁ । ମାତ୍ର ଉପରୋକ୍ତ ଦେଶଗୁଡ଼ିକ ତୁଳନାରେ ଭାରତରେ ଏପର୍ଯ୍ୟନ୍ତ ବିସ୍ଫୋରକ ଅବସ୍ଥାକୁ ସ୍ଥିତି ଆସିନାହିଁ । ଭାରତରେ ଏହି ଭୂତାଣୁ ବିସ୍ଫୋରକ ଭାବେ ସଂକ୍ରମିତ ହେବା ପୂର୍ବରୁ ଦୃଢଭାବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ବିଶିଷ୍ଟ ଭାରତୀୟ ଜ୍ୟୋତିର୍ବିଦ୍ ଆଚାର୍ଯ୍ୟ ବିନୋଦ କୁମାର ଇନଷ୍ଟାଗ୍ରାମ ମାଧ୍ୟମରେ କହିଛନ୍ତି ଯେ, ଏହି କରୋନା ଭୂତାଣୁ ଭାରତରୁ ସମ୍ପୂର୍ଣ୍ଣ ଭାବେ ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ନିଶ୍ଚିହ୍ନ ହୋଇଯିବ । ତେବେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ମାସ ୨୯ କିମ୍ବା ୩୦ ତାରିଖ ଆଡ଼କୁ ଏହି ଭୂତାଣୁର ପ୍ରକୋପ ହ୍ରାସ ପାଇବାକୁ ଲାଗିବ । ଦେଶରେ ଭୂତାଣୁ ଜନିତ ପରିସ୍ଥିତି ଧିରେ ଧିରେ ସ୍ୱାଭାବିକ ଅବସ୍ଥାକୁ ଫେରିବ ।

ସବୁଠାରୁ ବଡ଼କଥା ହେଲା ଯେହେତୁ ଏହି ରୋଗର ଚିକିତ୍ସା ଲାଗି କୌଣସି ଔଷଧ କିମ୍ବା ଟୀକା ଉଦ୍ଭାବନ ହୋଇନଥିବା ବେଳେ ଏପର୍ଯ୍ୟନ୍ତ ଭାରତ ସମେତ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଏହାର ଟୀକା ଉଦ୍ଭାବନ ଲାଗି ଗବେଷଣା ଜାରି ରଖିଛନ୍ତି ।
ଆଜି ପୃଥିବୀର ୧୧୪ ଦେଶରେ କରୋନା କାୟା ବିସ୍ତାର କରି କହୁଛି ତୁ ଯଦି ଭସ୍ମାସୁର ହେବୁ ତୋତେ ଭସ୍ମକରିବାକୁ ପ୍ରକୃତିକୁ ପରମାଣୁ ବୋମା ଗଢିବାକୁ ପଡ଼ିବନାହିଁ ପରଭୋଜୀ ଭୂତାଣୁଟିଏ ଯଥେଷ୍ଟ ଆଉ ଏଇଭଳି ଅନେକ ଭୂତାଣୁ ପ୍ରକୃତି ମୁହୁର୍ତ୍ତକରେ ଗଢ଼ିପାରେ । ଆଜି ମଣିଷର କୃତକର୍ମର ଫଳସ୍ୱରୁପ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା ଶନିଙ୍କ ଦ୍ଵାରା ମଣିଷକୁ ଶିକ୍ଷା ଦେବାପାଇଁ ଏହା ଘଟିଛି । ଦୁଇଦିନ ହେଲା ଏହିସବୁ ବିଷୟରେ ଗହିରଭାବେ ଚିନ୍ତା କଲାବେଳେ ହଠାତ୍ ଦେଖିଲି ମୋ ମାନସରେ ଶହଶହ ସୁନ୍ଦର ପ୍ରଜାପତି ଉଡୁଛନ୍ତି ଏହି ସୁନ୍ଦରତା ଏକ ସକାରତ୍ମକ ଭାବ ଉଦ୍ରେକ କରୁଛି । ଆଶା ଏହି ଘଟଣାରୁ ମାନବ ସଭ୍ୟତା ଅନେକ କିଛି ଶିଖିବ ଅନ୍ତତଃ ଏତିକି ଶିଖୁ ଏ ପୃଥିବୀ କେବଳ ମଣିଷର ନୁହେଁ ଏ ପୃଥିବୀ ସଭିଙ୍କର ।
କିନ୍ତୁ ପୃଥିବୀ ତତ୍ତ୍ଵ ଏ ଯୁକ୍ତ ଘଟିଥିବାରୁ ବିଶ୍ଵବ୍ୟାପକ ହୋଇପାରିଲା ନାହିଁ ବର୍ତ୍ତମାନ ଅଗ୍ନି ତତ୍ୱ ଏହା ଘଟିବାରୁ ଏହା ବିଶ୍ଵର ୧୧୪ ଦେଶରେ ନିଜର ଉପସ୍ଥିତି ଜାହିର କରିପାରିଛି । ଏଠାରେ କହି ରଖୁଛି CAAକୁ ନେଇ ଭାରତରେ ଯେଉଁ ଦଙ୍ଗା ହେଲା ଏହା ପଛରେ ଏହି ଗ୍ରହାବସ୍ଥାନର ଗହିର ହାତ ରହିଛି । ଧର୍ମଗ୍ରହ ବୃହସ୍ପତି ରାହୁ ଦ୍ଵାରା କଳୁଷିତ ହୋଇ ଏଇ ଧର୍ମ ଦଙ୍ଗାସୃଷ୍ଟି କଲେ । ଏହାର କାରଣ କିଛି ଧାର୍ମିକ ଲୋକଙ୍କ ନାଗରିକତା ଚାଲିଯିବ । ପ୍ରକୃତ ସତ୍ୟ ଏଠି କାହାର ନାଗରିକତା ଯିବାର ନାହିଁ କିନ୍ତୁ ମାୟାବି ରାହୁଙ୍କ ପ୍ରଭାବରେ ଏଇ ସାମାନ୍ୟ ସହଜ ସତ୍ୟକୁ ବୁଝିବାକୁ ସେମାନେ ନାରାଜ ।

Comments are closed.