ଲସଏଞ୍ଜେଲ୍ସ: ଆଇରନ ମ୍ୟାନ-୨ ଚଳଚଚ୍ଚିତ୍ରର ଅଭିନେତା କିଥ ଲରେନ୍ସ ମିଡିଲବ୍ରୁକ ଏଫବିଆଇ ଏଜେଣ୍ଟ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ଉପରେ ନକଲି କୋଭିଡ-୧୯ ପ୍ରତିଷେଧକ ବଟିକା ବିକ୍ରି ଅଭିଯୋଗ ଆସିଛି । ସେ ‘ଆଇରନ ମ୍ୟାନ-୨’ ଫିଲ୍ମ ସହିତ ‘ଏଣ୍ଟାଉରେଜ’ ଟିଭି ସିରିଏଲ ପାଇଁ ଚର୍ଚ୍ଚିତ ।

ଏଫବିଆଇର ଏକ ଷ୍ଟିଙ୍ଗ ତାଙ୍କୁ ମାର୍ଚ୍ଚ ୨୫ ତାରିଖରେ ଲସଏଞ୍ଜେଲ୍ସରେ ଗିରଫ କରିଛି । ଜଣେ ନିବେଶକଙ୍କୁ ନକଲି କୋଭିଡ-୧୯ ବଟିକାର ଏକ ପ୍ୟାକେଟ ଦେଉଥିବା ଅଭିଯୋଗରେ ଗିରଫ କରିଛି ।
ଆମେରିକାର ଆଟର୍ଣ୍ଣି ନିକ ହାନ୍ନା କରୋନା ମହାମାରୀ ସମୟରେ ଏଭଳି ଦୁର୍ନୀତିକୁ ନେଇ ସତର୍କତା ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
Comments are closed.