Latest Odisha News

BREAKING NEWS

ପାରାମିଲିଟାରୀ ଫୋର୍ସରେ କରୋନାଭାଇରସ୍ !

ନୂଆଦିଲ୍ଲୀ: ଦେଶର ପ୍ରଥମ ଦୁଇଟି ମାମଲା ଭାବେ ସାମ୍ନାକୁ ଆସିଛି ପାରାମିଲିଟାରୀ ଫୋର୍ସରେ କରୋନା ସଂକ୍ରମିତଙ୍କ ଖବର । ଜଣେ ବିଏସ୍‌ଏଫ୍ ଅଫିସର ଓ ଜଣେ ସିଆଇଏସ୍‌ଏଫ୍‌ ଯବାନ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।

ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଗ୍ୱାଲିଅରରେ ପୋଷ୍ଟିଂ ପାଇଥିବା ବିଏସ୍‌ଏଫ୍ ଅଫିସରଙ୍କ ସ୍ତ୍ରୀ କିଛି ଦିନ ପୂର୍ବରୁ ୟୁ.କେ ରୁ ଫେରିଥିଲେ । ଯାହାଙ୍କ ଦ୍ୱାରା ସଂପୃକ୍ତ ଅଫିସର ଆକ୍ରାନ୍ତ ହୋଇଛନ୍ତି ।

ଅଫିସର ଜଣକ ୧୨ରୁ ଅଧିକ କର୍ମୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତଙ୍କୁ ସଙ୍ଗରୋଧ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ମିଳିଛି । ଅନ୍ୟପଟେ ସଂପୃକ୍ତ ଅଫିସରଙ୍କୁ ଏକ ସ୍ଥାନୀୟ ହସ୍ପିଟାଲ୍‌ରେ ଆଡମିଟ୍ କରାଯାଇଛି ।

ଅନ୍ୟପଟେ ମୁମ୍ବାଇ ଏୟାରପୋର୍ଟରେ ଡ୍ୟୁଟି କରୁଥିବା ଜଣେ ସିଆଇଏସ୍‌ଏଫ୍ ଯବାନଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ବାହାରିଛି । ମୁମ୍ବାଇର ବ୍ୟସ୍ତ ବହୁଳ ଏୟାରପୋର୍ଟରେ ଡ୍ୟୁଟି କରୁଥିବା ସମୟରେ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

କରୋନା ମହାମାରୀ ବିରୋଧୀ ଲଢେଇରେ ପ୍ରାୟ ୧୦ ଲକ୍ଷ ପାରାମିଲିଟାରୀ ଯବାନ ଓ ଅଫିସର ନିୟୋଜିତ ହୋଇଛନ୍ତି ।

Comments are closed.