ଭୁବନେଶ୍ୱର: ସାରା ବିଶ୍ୱ ଏବେ ଲକ୍ ଡାଉନ୍ । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଡାକ୍ତର, ନର୍ସ, ପୋଲିସ, ପ୍ରଶାସନ ସହିତ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । କରୋନା ବିରୋଧରେ ଏହି ଲଢେଇରେ ସାମିଲ୍ ହୋଇଛି ଓଡ଼ିଶା ପୋଲିସ୍ । ଓଡ଼ିଶା ପୋଲିସ ଲକଡ଼ାଉନ ସମୟରେ ରାତି ଦିନ ୨୪ ଘଣ୍ଟା ଜନସାଧାରଣଙ୍କ ହିତ ଲାଗି ନିଜ କର୍ତ୍ତବ୍ୟ ପାଳନ କରିଚାଲିଛନ୍ତି ।
DGP’s message on #PoliceHelpline during Lockdown in Odisha. pic.twitter.com/6UqPEhVeoz
— Odisha Police (@odisha_police) March 28, 2020
କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଜାଣିଲେ ମଧ୍ୟ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱରୁ ବିଚ୍ୟୁତ ନହୋଇ ଓଡ଼ିଶା ପୋଲିସର ସମସ୍ତ ପୋଲିସ ବଳ ସାମିଲ୍ ହୋଇଛନ୍ତି ସରକାରଙ୍କ ଲକଡାଉନକୁ ସଫଳ କରିବା ଲାଗି ।
IIC, Tomaka visited to the house of a old senior citizen, and provided her foods and other essential things at home. #StayHomeStaySafe #FightAgainstCoronavirus @CharanMeena_IPS @DGPOdisha @odisha_police @CMO_Odisha pic.twitter.com/SQBBVOT2bs
— Superintendent Of Police, Jajpur, Odisha (@spjajpur) March 29, 2020
ଓଡ଼ିଶା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଲକଡ଼ାଉନ୍ ସମୟରେ ସଚେତନ କରିବା ସହିତ ବିଭିନ୍ନ ସ୍ଥାନମାନଙ୍କରେ ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି କିଛି ପୋଲିସ କର୍ମଚାରୀ । ଯେମିତିକି ଗଜପତି ଏସପି ସାରା ଶର୍ମା ନିଜେ ଗୀତ ଗାଇ ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସଚେତନ କରିଥିଲେ ସେହିପରି ଅନେକ ପୋଲିସ କର୍ମଚାରୀ ନିଜର ଦାୟିତ୍ୱବୋଧତାକୁ ପାଳନ କରିଚାଲିଛନ୍ତି ।
କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିନସିଟିରେ ସାଧାରଣ ଯାତ୍ରୀ ଯେଉଁମାନେ କି ଏୟାପୋର୍ଟ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ ନିଜ ପାଟ୍ରୋଲିଂ ଭ୍ୟାନରେ ବସାଇ ଏୟାରପୋର୍ଟରେ ଛାଡ଼ିଛନ୍ତି ।
ଖାଲି ସେତିକି ନୁହେଁ ଓଡ଼ିଶାର ବିଭିନ୍ନ ସହରର ଗଳି କନ୍ଦିରେ ଭିକ ମାଗି ବଞ୍ଚୁଥିବା ହଜାର ହଜାର ଭିକାରୀ ହୁଅନ୍ତୁ କି ପାଗଳ ପୋଲିସ ଏବେ ସେମାନଙ୍କର ଦୈବ ବିଧାତା ପରି ଦଣ୍ଡାୟମାନ ହୋଇଛନ୍ତି ।
Our Policemen at Cuttack r dedicated to their duties round the clock to fight against #COVID19 Keeping their good health & safety in priority we have distributed 2300 Umbrellas,Sanitisers, Masks, Gloves etc to keep them immunised☂??? @cpbbsrctc @SarangiSudhansu @odisha_police pic.twitter.com/0TPVLkPScP
— DCP CUTTACK (@DCP_CUTTACK) March 29, 2020
ଅନେକ ସହରର ବ୍ରିଜ୍ ତଳେ ଭିକାରୀ ଓ ପାଗଳ ମାନେ ସାହାରା ନେଇଥାଆନ୍ତି । ପୋଲିସ ଅଫିସରମାନଙ୍କ ଠାରୁ କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତେ ଏହି ବେସାହାରା ପାଗଳ ଓ ଭିକାରୀମାନଙ୍କୁ ଭୋଜନ ଦେଉଥିବାର ଅନେକ ଖବର ସାମ୍ବାଦିକମାନେ ଖବର ପ୍ରସାରଣ କରିଛନ୍ତି ।
କେବଳ ଯେ, ଲକଡ଼ାଉନରେ ପୋଲିସ ସାମାଜିକ ଦୂରତା ରକ୍ଷା କରିବାକୁ ଲାଠି ପ୍ରୟୋଗ କରି ଜନସାଧାରଣଙ୍କ ଜୀବନ ରକ୍ଷା କରୁଛନ୍ତି ତାହାନୁହେଁ, ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ନିଜ ଜୀବନକୁ ବାଜି ଲଗାଇ ସମାଜସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ।
ଏହି ମାରାତ୍ମକ କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଥିବା ହଜାର ହଜାର ଡାକ୍ତର, ନର୍ସ, ସ୍ୱେଚ୍ଛାସେବୀ, ସାମ୍ବାଦିକ ଓ ପ୍ରଶାସକମାନଙ୍କ ସହିତ ପୋଲିସ ବିଭାଗ ମଧ୍ୟ ପ୍ରକୃତରେ ପ୍ରଶଂସାର ପାତ୍ର ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।
ଓଡ଼ିଶା ପୋଲିସ ବିଭାଗ ମହାନତା ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ଏବେ ସବୁ ମହଲରୁ ପ୍ରଶଂସିତ ହେବାରେ ଲାଗିଛି ।
Comments are closed.