Latest Odisha News

BREAKING NEWS

ଆମେରିକାରେ କରୋନା ତାଣ୍ଡବ: ଅଢେଇ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ୱାସିଂଟନ: ଆମେରିକାରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦେଇଥିବା ତତଥ୍ୟ ଅନୁଯାୟୀ ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫,୦୬୬ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦୭୫ ର ପହଞ୍ଚିଛି ।

ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୯୩୦୫୩ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୨୫୩୮ ରେ ପହଞ୍ଚିଛି ।

ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ ସ୍ଥିତି ଏଭଳି ହୃଦୟ ବିଦାରକ ରହିବ ବୋଲି କୁହାଯାଉଥିବା ବେଳେ ଏହାପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.