ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ମାରାତ୍ମକ ଭୂତାଣୁ କରୋନା । ଏଯାଏଁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲାଣି । ତେବେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧଙ୍କୁ ଟେଷ୍ଟ ପାଇଁ ନିଆଯାଉଥିବା ବେଳେ ସେ ମେଡିକାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଏମ୍ସ ହସ୍ପିଟାଲରେ ।
ଏମ୍ସର ଟ୍ରମା ସେଂଟରରେ ଭର୍ତ୍ତି ହୋଇଥିବା ଜଣେ ୩୭ ବର୍ଷୀୟ ବୟସ୍କ ବ୍ୟକ୍ତି ଶନିବାର ରାତିରେ ହସ୍ପିଟାଲର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଏଥିରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି । ସେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ତାଙ୍କୁ ପ୍ରଥମେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏହାପରେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଏହି ସମୟରେ ସେ ଖସି ପଳାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଏଯାଏଁ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ଆସି ନାହିଁ ।
BREAKING NEWS
- ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ
- ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା
- ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…
- ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଉଦଘାଟିତ ହେଲା ଭାରତ ମଣ୍ଡପ
- ଝାରସୁଗୁଡାରେ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା
- ମେ’ ୩୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା: ଆଇଏମଡି
- କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, କାରରେ ବସିଥିବା ୫ ଜଣ ଆଖି ବୁଜିଲେ
- ହିଞ୍ଜିଳି, କଣ୍ଟାବାଞ୍ଜିରେ ଶାହ ଏବଂ ନଡ଼୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ବାତିଲ ପଛର ଉଦ୍ଦେଶ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା
- ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
- ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତା ମାଳ!